ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୦ ଘଣ୍ଟାର ଘମାଘୋଟ ଆଲୋଚନା ପରେ ରାଜ୍ୟସଭାରେ ପାସ୍ ହୋଇଛି ସବର୍ଣ୍ଣ ସଂରକ୍ଷଣ ବିଲ୍। ସାରା ଦିନ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ହେବା ପରେ ଭୋଟିଂ ହୋଇଥିଲା। ଭୋଟିଂରେ ବିଲ୍ ସପକ୍ଷରେ ୧୬୫ ଭୋଟ ପଡ଼ିଥିବା ବେଳେ ୭ଟି ବିପକ୍ଷରେ ପଡ଼ିଥିଲା।

ଗତ ମଙ୍ଗଳବାର ଏହି ବିଲ୍ ଲୋକସଭାରେ ପାସ୍ ହୋଇଥିଲା। ରାଜ୍ୟସଭାରେ ବିଲ୍ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ।

ସବର୍ଣ୍ଣ ସଂରକ୍ଷଣ ବିଲ୍‌କୁ ଚୟନ କମିଟିକୁ ପଠାଯିବା ପାଇଁ ପ୍ରସ୍ତାବ ଆସିଥିଲା। ଏନେଇ ଭୋଟିଂ ହୋଇଥିଲା। ସପକ୍ଷରେ ୧୮ଟି ଭୋଟ ପଡ଼ିଥିଲା ଏବଂ ବିପକ୍ଷରେ ପଡ଼ିଥିଲା ୧୫୫ ଭୋଟ। ଏହି ବିଲ୍ ଉପରେ ଆଲୋଚନା ଚାଲିଥିବା ବେଳେ ୧୭୪ ଜଣ ସାଂସଦ ଉପସ୍ଥିତ ଥିଲେ।

ସବର୍ଣ୍ଣ ସଂରକ୍ଷଣ ବିଲ୍ ପାସ୍ ହେବା ପରେ ସଂସଦର ଶୀତକାଳୀନ ଅଧିବେଶନ ଶେଷ ହୋଇଛି।

Comment