ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ଅଧିକାଂଶ ମୋବାଇଲ ୱାଲେଟ୍‌ସ ଆଗାମୀ ମାର୍ଚ୍ଚ ଶେଷ ସୁଦ୍ଧା ବନ୍ଦ ହୋଇଯାଇପାରେ। କାରଣ ସମସ୍ତ ଗ୍ରାହକଙ୍କ ଭେରିଫିକେଶନ ୨୦୧୯ ଫେବ୍ରୁଆରୀ ପର୍ଯ୍ୟନ୍ତ ପୂରା ହୋଇପାରିବ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଭେରିଫିକେଶନ ପାଇଁ ଏକ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଦେଇଥିଲେ। ଦେଶରେ ୯୫ ପ୍ରତିଶତରୁ ଅଧିକ ମୋବାଇଲ ୱାଲେଟ ମାର୍ଚ୍ଚ ସୁଦ୍ଧା ବନ୍ଦ ହୋଇଯାଇପାରେ।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ମୋବାଇଲ ୱାଲେଟ ଯୁଜର୍ସଙ୍କୁ ଆଶ୍ୱାସନା କରି କହିଛି ଯେ ୨୮ ଫେବ୍ରୁଆରୀ ପରେ ମଧ୍ୟ ତାଙ୍କ ୱାଲେଟରେ ଥିବା ବାଲାନ୍ସ ଶେଷ ହେବ ନାହିଁ। ଏହା ସହିତ ୱାଲେଟରେ ଥିବା ଟଙ୍କାର ବ୍ୟବହାର ଜିନିଷ କିଣିବାରେ ମଧ୍ୟ ବ୍ୟବହାର କରିପାରିବେ।

ଟଙ୍କାକୁ ସେ ନିଜର ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ ପଠାଇ ପାରିବେ। ଆରବିଆଇ ପକ୍ଷରୁ କୁହାଯାଇଛି ଯେ ଗ୍ରାହକ ୧ ମାର୍ଚ୍ଚରୁ କେୱାଇସି ପାଇଁ ୱାଲେଟରେ ଟଙ୍କା ରଖିପାରିବେ ନାହିଁ। ଏହା ସହିତ କାହାର ମଧ୍ୟ ଟଙ୍କା ପଠାଇ ପାରିବେ ନାହିଁ। ଆରବିଆଇର ସବୁ ମୋବାଇଲ ୱାଲେଟ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଅଛି ଯେ ସେ ନିଜର ବେସିକ କେୱାସି ପ୍ରକ୍ରିୟାକୁ ପୂରା କରି ନିଅନ୍ତୁ।

Comment