ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ନିପାଣିଆ ଡଙ୍ଗା ବୁଡ଼ି ଘଟଣା ଏବଂ ଅଳାବାଙ୍କ ସଡ଼କ ଦୁର୍ଘଟଣାରେ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଲେ ଗଣମାଧ୍ୟମ ପ୍ରତିନିଧି।

କେନ୍ଦ୍ରାପଡ଼ା ନିପାଣିଆଠାରେ ଜାନୁଆରୀ ୨ ତାରିଖରେ ଘଟିଥିବା ଡଙ୍ଗା ବୁଡ଼ି ଘଟଣାକୁ କେନ୍ଦ୍ରାପଡ଼ା ଜିଲ୍ଲାବାସୀ ଭୁଲି ପାରି ନଥିବା ବେଳେ ଜାନୁଆରୀ ୭ରେ ଅଳାବାଙ୍କଠାରେ ସଡ଼କ ଦୁର୍ଘଟଣାରେ ୫ ଯୁବକଙ୍କ ପ୍ରାଣହାନୀ ସାରା ଜିଲ୍ଲାବାସୀଙ୍କୁ ସ୍ତବ୍ଧ କରିଦେଇଛି।

ଉଭୟ ଘଟଣାରେ ଦିନରାତି ଏକକରି ଖବର ପ୍ରସାରଣ କରିଥିବା ଜିଲ୍ଲାର ସମସ୍ତ ସମ୍ବାଦପତ୍ର ଓ ନ୍ୟୁଜ ଚ୍ୟାନେଲର ସାମ୍ବାଦିକମାନେ ମଧ୍ୟ ଏହି ଘଟଣାରେ ଗଭୀର ଭାବେ ମର୍ମାହତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ନିପାଣିଆ ଡଙ୍ଗା ବୁଡ଼ିରେ ୮ ଶିଶୁଙ୍କ ସମେତ ୧୦ଜଣ ପର୍ଯ୍ୟଟକ ଏବଂ ଅଳାବାଙ୍କ ଦୁର୍ଘଟଣାରେ ୫ ଜଣ ମୃତକଙ୍କ ଆତ୍ମାର ସଦ୍‌ଗତି କାମନା କରି କେନ୍ଦ୍ରାପଡ଼ାରେ କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି।

ସ୍ଥାନୀୟ ପୁରୁଣା ବସ୍‌ ଷ୍ଟାଣ୍ଡଠାରେ ଅୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମହମବତୀ ପ୍ରଜ୍ଵଳନ କରାଯିବ। ସହିତ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ବର୍ଗଙ୍କୁ ଭଗବାନ ଧର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ଉପସ୍ଥିତ ସାମ୍ବାଦିକମାନେ ପ୍ରାର୍ଥନା କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ବିଭିନ୍ନ ବ୍ଲକର ସାମ୍ବାଦିକମାନେ ଯୋଗ ଦେଇଥିଲେ।

Comment