ଓଡ଼ିଶାଲାଇଭ୍‌ ବ୍ୟୁରୋ

ସବର୍ଣ୍ଣ ସଂରକ୍ଷଣ ବିଲ୍‌କୁ ଅନୁମୋଦନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହି ବିଲ୍ ଏବେ ଆଇନରେ ପରିଣତ ହୋଇଛି। ଏଣିକି ଆର୍ଥିକ ଅନଗ୍ରସର ସବର୍ଣ୍ଣଙ୍କୁ ମିଳିବ ଚାକିରୀ।

ସବର୍ଣ୍ଣ ସଂରକ୍ଷଣ ବିଲ୍ ଲୋକସଭା ଏବଂ ରାଜ୍ୟସଭାରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠା ଯାଇଥିଲା।

ସଂରକ୍ଷଣ ଆଇନରୁ ବାହାରେ ରହିଥିବା ସବର୍ଣ୍ଣ ଗୋଷ୍ଠୀଙ୍କୁ ଏବେ ଶିକ୍ଷା ଓ ସରକାରୀ ଚାକିରି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ।

ୟୁଥ୍ ଫର ଇକ୍ୱାଲିଟି ନାମକ ସଙ୍ଗଠନ ଏହି ବିଲ୍‌କୁ ବିରୋଧ କରି ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛି। ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରି ଏହି ସଙ୍ଗଠନ ପକ୍ଷରୁ ଦର୍ଶାଯାଇଛି ଯେ ଆର୍ଥିକ ମାପଦଣ୍ଡକୁ ସଂରକ୍ଷଣର ଏକମାତ୍ର ଆଧାର କରାଯାଇ ପାରିବ ନାହିଁ। ସମାନତାର ଅଧିକାର ଏବଂ ସମ୍ବିଧାନର ମୂଳ ଢାଞ୍ଚାକୁ ଏଭଳି ବ୍ୟବସ୍ଥା ସୁହାଉ ନାହିଁ ବୋଲି ସଙ୍ଗଠନ ପକ୍ଷରୁ ଦର୍ଶାଯାଇଛି।

Comment