ଓଡ଼ିଶାଲାଇଭ୍ ବ୍ୟୁରୋ

ଫାଇଲ-ଫଟୋ

ଜାନୁଆରୀ ୨୦ (ରବିବାର) ଅନୁଷ୍ଠିତ ହେବାକୁ ଥିବା ୭୫ତମ ପଥୋତ୍ସବ, ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କୁ ସମର୍ପିତ କରାଯିବ। ଯେହେତୁ ଆସନ୍ତା ୨୩ ତାରିଖ ନେତାଜୀ ଜୟନ୍ତୀ ପଡ଼ୁଛି ସେଥିଲାଗି ଏଥର ଥିମ୍ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ରଖାଯାଇଛି।

ଥିମ୍‌ ‘ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ’ ରଖାଯାଇଛି। ତେଣୁ ପଥୋତ୍ସବରେ ଭାଗ ନେବାକୁ ଥିବା ସମସ୍ତ ସଂଗଠନ ଏହି ଥିମ୍‌ ନେଇ କାର୍ଯ୍ୟକ୍ରମ କରିବେ। ରଙ୍ଗୋଲିରେ ଶ୍ରଦ୍ଧା ନିବେଦନ ସହ ମଞ୍ଚରେ ଦେଶାତ୍ମବୋଧ ସଂଗୀତ ପରିବେଷଣ ହେବ।

ସ୍ୱାଧୀନତା ସଂଗ୍ରାମୀଙ୍କ ଚିତ୍ର ଅଙ୍କାଯିବା ସହ ସେମାନଙ୍କ ବାବଦରେ କିଛି ଅଜଣା କଥା ଜାଣିବାର ସୁଯୋଗ ସୃଷ୍ଟି କରିବ ପଥୋତ୍ସବ। ପଥୋତ୍ସବର ନୋଡାଲ ଅଫିସର ଭବାନୀ ଚୟନି କହିଛନ୍ତି ଯେ, ନେତାଜୀ ଜୟନ୍ତୀ ପାଳନ ପୂର୍ବରୁ ଆମ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଇବା ସହ ପଥୋତ୍ସବ ସମସ୍ତଙ୍କ ଲାଗି ଆକର୍ଷଣ ସାଜିବ।

Comment