ଓଡ଼ିଶାଲାଇଭ୍ ବ୍ୟୁରୋ

କୁମ୍ଭମେଳାରେ ସାମିଲ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। କୋବିନ୍ଦ ଦ୍ୱିତୀୟ ରାଷ୍ଟ୍ରପତି ଭାବେ କୁମ୍ଭମେଳାରେ ସାମିଲ ହୋଇଛନ୍ତି। ରାମନାଥ କୋବିନ୍ଦଙ୍କ ପୂର୍ବରୁ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ କୁମ୍ଭମେଳା ଗସ୍ତ କରିଥିଲେ।

ରାଷ୍ଟ୍ରପତିଙ୍କ ଗସ୍ତ ନେଇ ରାଷ୍ଟ୍ରପତି ଭବନ ଟୁଇଟର ପେଜରେ କୁହାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସେଠାରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା। କୁମ୍ଭମେଳା ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ଏକ ପ୍ରମୁଖ ଅଂଶବିଶେଷ ବୋଲି ରାଷ୍ଟ୍ରପତି କହିଥିବା, ଟୁଇଟର ପେଜରେ ଉଲ୍ଲେଖ ରହିଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ପତ୍ନୀ ସବିତା କୋବିନ୍ଦଙ୍କ ସହିତ କୁମ୍ଭମେଳା ଗସ୍ତ କରିଥିଲେ। ସେଠାରେ କିଛି ସମୟ ପାର୍ଥନା ବି କରିଥିଲେ। ସ୍ୱତନ୍ତ୍ର ବିମାନ ମାଧ୍ୟମରେ କୁମ୍ଭମେଳାରେ ରାଷ୍ଟ୍ରପତି ପହଞ୍ଚିବା ପରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କିଛି କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ଥିଲେ।

Comment