ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଚାନ୍ଦୋଳ କାକତିଆ ନିକଟସ୍ଥ ଏକ ବୋଲେରୋ ସହିତ ଟ୍ରକ୍‌ ମୁହାଁମୁହିଁ ହୋଇଛି। ଏହି ଦୁର୍ଘଟଣା ଫଳରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।

ଏହି ବୋଲେରୋଟି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳର ବାଲିକଣା ଗାଁରୁ ୯ ଜଣଙ୍କୁ ନେଇ କଟକ ଅଭିମୁଖେ ଯାଉଥିଲା। ଏମାନେ ମୁମ୍ବାଇ ଯିବାକୁ କଟକ ରେଲୱେ ଷ୍ଟେସନ ଯାଉଥିଲେ ବୋଲି କୁହାଯାଉଛି।

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଥିବା ମୃତକ ୩ଜଣଙ୍କ ପରିଚୟ ମିଳିଛପାରିଛି। ସେମାନେ ହେଲେ ଝୁନିରାଣୀ ରାଉତ, ବିଭୂତି ଭୂଷଣ ରାଉତ ଓ ଡ୍ରାଇଭର ସୁବ୍ରତ ବେହେରା। ଅନ୍ୟ ଦୁଇ ମୃତକମାନଙ୍କ ପରିଚୟ ମିଳିପାରି ନାହିଁ।

କେନ୍ଦ୍ରାପଡ଼ା ଡାକ୍ତରଖାନାରେ ୩ ଜଣଙ୍କର ମୃତ ଦେହ ରହିଥିବା ବେଳେ ଅନ୍ୟ ୬ ଜଣଙ୍କୁ ନିଶ୍ଚିନ୍ତ କୋଇଲି ଡାକ୍ତରଖାନା ପଠାଯାଇଥିଲା।ସେମାନଙ୍କମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଛି।୪ଜଣ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସକାଳୁ ପ୍ରବଳ କୁହୁଡ଼ି ଯୋଗୁଁ ଦୁଇ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା।

Comment