ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ଲୋକସଭା ନିର୍ବାଚନରେ ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଭୋପାଳରୁ ନିର୍ବାଚନ ଲଢ଼ିବେ ବୋଲି ଶୁଣିବାକୁ ମିଳିଛି।

ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସଫଳତା ମିଳିବା ପରେ ଏବେ ଲୋକସଭା ନିର୍ବାଚନରେ ବହୁମତ ହାସଲ କରିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ। ଆଗାମୀ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିଛି। ଆଗାମୀ ନିର୍ବାଚନରେ ଭୋପଳରୁ କୌଣିସି ନେତା ନୁହେଁ ବରଂ ବଲିଉଡ୍‌ ଷ୍ଟାର ନିର୍ବାଚନ ଲଢ଼ିବେ ବୋଲି ଶୁଣିବାକୁ ମିଳିଛି।

ଭୋପାଳରୁ ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଦଳର କିଛି ନେତା ବେବୋଙ୍କୁ ଭୋପାଳର ସାଂସଦ ଭାବେ ଚାହାନ୍ତି। ତେଣୁ କରୀନାଙ୍କୁ ଟିକେଟ ଦେବାକୁ ହାଇକମାଣ୍ଡ ରାହୁଲ ଗାନ୍ଧିଙ୍କୁ  ଦାବି ଜଣାଇଛନ୍ତି।

ବିଜେପିକୁ ହରାଇବା ପାଇଁ କରୀନା ହିଁ ମୁଖ୍ୟ ଅସ୍ତ୍ର ବୋଲି କେତେକ ନେତା କହିଛନ୍ତି। ଭୋପାଳରେ ଯୁବ ଭୋଟର ଅଧିକ ଥିବାରୁ କରୀନା ନିର୍ବାଚନ ଳଢ଼ିଲେ ନିଶ୍ଚୟ ବହୁମତ ହାସଲ କରିବେ ବୋଲି କୁହାଯାଉଛି।

Comment