ଓଡ଼ିଶାଲାଇଭ୍‌ ବ୍ୟୁରୋ

୩୧୪ ଦିନରେ ରାଜ୍ୟର ସବୁ ଗାଁରେ ପହଞ୍ଚିଲା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ।

ରାଜ୍ୟର ସବୁ ଗାଁରେ ପହଞ୍ଚିଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ। ୩୧୪ ଦିନ ଭିତରେ ୩୧୪ ବ୍ଲକର ୬ ହଜାର ୭୯୮ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ପହଞ୍ଚି ପାରିଛି।

୨୦୧୮ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୋଟ ୬୨ ହଜାର ୮୫୭ ପ୍ରକଳ୍ପ ପାଇଁ ୧୫୫୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଲୋକମାନଙ୍କର ଅଂଶଗ୍ରହଣ ଓ ଉତ୍ସାହରେ ମୁଁ ବହୁତ ଖୁସି। ଏହା ଏକ ଶ୍ରେଷ୍ଠ କାର୍ଯ୍ୟକ୍ରମ। ଆମ ଗାଁ ଆମ ବିକାଶରେ ରାଜ୍ୟ ସରକାରଙ୍କ ଥ୍ରୀ-ଟି ମନ୍ତ୍ର ସଫଳ ହୋଇପାରିଛି। ନୂଆ ଟେକ୍ନାଲୋଜି ମାଧ୍ୟମରେ ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ କରି ହେଉଛି।”

ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ୬ଟି ଜିଲ୍ଲାର ୮ଟି ବ୍ଲକ ପାଇଁ ମୋଟ ୩୯.୫୩ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି।

ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ଜଗତସିଂହପୁର ଜିଲ୍ଲା ନାଉଗାଁ ଏବଂ ସଦର ବ୍ଲକ, ଝାରସୁଗୁଡ଼ାର ଲଖନପୁର, ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ, ବେଲପଡ଼ା, ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା, ରାୟଗଡ଼ା ଜିଲ୍ଲାର ଗୁଣପୁର ବ୍ଲକ ପାଇଁ ଆଜି ଟଙ୍କା ମଞ୍ଜୁର ହୋଇଛି।

Comment