ଓଡ଼ିଶାଲାଇଭ୍ ବ୍ୟୁରୋ

କନ୍ଧମାଳରେ ଟ୍ରକ ଦୁର୍ଘଟଣା। ବାଲିଗୁଡ଼ା ବ୍ରାହ୍ମଣୀ ଗାଁ ନିକଟରେ ଭାରସାମ୍ୟ ହରାଇ ଟ୍ରକ ଓଲଟି ପଡ଼ିଛି। ବ୍ରାହ୍ମଣୀ ଘାଟି ତଳକୁ ଟ୍ରକଟି ଖସି ପଡ଼ିଛି।

ଘଟଣାସ୍ଥଳରେ ୮ଜଣଙ୍କର ମୃତ୍ୟୁ ହୋଇଛି। ଅନେକେ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ବନବିଭାଗ ଓ ସ୍ଥାନୀୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

ମୃତକଙ୍କ ମଧ୍ୟରେ ମହିଳା  ଓ ଶିଶୁ ଅଛନ୍ତି କି ନାହିଁ ଏ ଯାଏଁ ସ୍ପଷ୍ଟ ହୋଇନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିଛି ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Comment