ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଅଗ୍ନିକାଣ୍ଡ ଘଟି ଦୁଇ ପରିବାରର ୬ ବଖରା ଘର ପୋଡ଼ି ପାଉଁଶ ହୋଇଛି।

ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ଗାଁର ପରମାନନ୍ଦ ବେହେରାଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୬ ବଖରା ଘର ପୋଡ଼ି ପାଉଁଶ ହୋଇଛି। ନିଆଁ ଏତେ ବ୍ୟାପକ ଥିଲା ଯେ, ପରମାନନ୍ଦଙ୍କ ପଡ଼ୋଶୀ ଗୋଲେଖ ବେହେରାଙ୍କ ଘରକୁ ନିଆଁ ବ୍ୟାପିଥିଲା। ଫଳରେ ଉଭୟ ପରିବାର ଧନ ସମ୍ପତ୍ତି ନଷ୍ଟ ହୋଇଛି।

ତେବେ ରାତିରେ ପରିବାର ଲୋକେ ଶୋଇଥିବାବେଳେ ହଠାତ୍‌ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଘର ପାଖ ଲୋକେ ପରମାନନ୍ଦଙ୍କ  ଘରେ ନିଆଁ ଜଳୁଥିବାର ଦେଖି ଘର କବାଟ ବାଡ଼େଇ ପରିବାର ଲୋକଙ୍କୁ ଡାକି ଉଠାଇଥିଲେ। ପରେ ପରେ ପାଖ ଘର ଗୋଲେଖଙ୍କ ଘରକୁ ନିଆଁ ବ୍ୟାପିଥିଲା।।

ଗାଁ ଲୋକେ ପାଖରେ ଥିବା ଏକ ପୋଖରୀରେ ଦୁଇଟି ପାଣି ପମ୍ପ ପକାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ନିଆଁକୁ ଆୟତ୍ତ କରିବାରେ ବିଳମ୍ବ ହୋଇଥିଲା। ଫଳରେ ଗୋଲେଖ ଓ ପରମାନନ୍ଦଙ୍କ ୬ ବଖରା ଘର ଜଳି ଯାଇଥିଲା। ଘନ କୁହୁଡି ହୋଇଥିବାରୁ ଦମକଳ ଗାଡ଼ି ବିଳମ୍ବରେ ପହଞ୍ଚିଥିଲା।

ଅଗ୍ନିକାଣ୍ଡରେ ଘର ପୋଡ଼ି ଗଲାପରେ  ଏହି ଦୁଇ ପରିବାର ବେସାହାରା ହୋଇ ପଡ଼ିଛନ୍ତି। ସେମାନେ ପଡୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି। । ତୁରନ୍ତ ଏହି ଅଗ୍ନି ବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି

Comment