ଓଡ଼ିଶାଲାଇଭ୍ ବ୍ୟୁରୋ

ଲାଲକିଲ୍ଲାରେ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୨ତମ ଜନ୍ମ ଦିବସ ଅବସରରେ ଲାଲକିଲ୍ଲାଠାରେ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟ ଉଦଘାଟିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିଛନ୍ତି।

ଏହି ସଂଗ୍ରହାଳୟରେ ନେତାଜୀ ଓ ଇଣ୍ଡିଆନ ନ୍ୟାସନାଲ ଆର୍ମି ସହିତ ଜଡ଼ିତ ବିଭିନ୍ନ ବସ୍ତୁର ପ୍ରଦର୍ଶନ କରାଯାଇଛି।

ସଂଗ୍ରହାଳୟରେ ନେତାଜୀ ବ୍ୟବହାର କରିଥିବା ବିଭିନ୍ନ ଜିନିଷ ରହିଛି। ନେତାଜୀ ବ୍ୟବହାର କରୁଥିବା କାଠ ଚେୟାର, ଖଣ୍ଡା, ପଦକ, ୟୁନିଫର୍ମ ଆଦି ସଂଗ୍ରହାଳୟରେ ରହିଛି।

୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ କଟକ ସହରରେ ନେତାଜୀ ଜନ୍ମ ଗ୍ରହଣ କରିଥିଲେ। ସ୍ଵାଧିନତା ସଂଗ୍ରାମରେ ନେତାଜୀଙ୍କର ଅବଦାନ ଅତୁଳନୀୟ ରହିଥିଲା। ନେତାଜୀଙ୍କର ପୈତୃକ ଗୃହ ଏବେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ପରିଣତ ହୋଇଛି। ଏଠାରେ ବି ନେତାଜୀଙ୍କ ବହୁ ବିରଳ ମୁହୂର୍ତ୍ତର ଫଟୋଚିତ୍ର, ବ୍ୟବହାର ସାମଗ୍ରୀ ଦର୍ଶକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି।

Comment