ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରୀ ଶେଷ ସପ୍ତାହରେ ଓଡ଼ିଶା ଆସି ପାରନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି।

ପୁଣି ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଚଳିତ ମାସ ଶେଷ ସପ୍ତାହରେ ରାହୁଲ ଆସିବା ନେଇ ସୂଚନା ମିଳିଛି। ରାହୁଲଙ୍କ ଗସ୍ତ ନେଇ  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ତେବେ ଏଥର ରାହୁଲ ଓଡ଼ିଶା ଆସି କୋରାପୁଟ ଗସ୍ତରେ ଯିବେ ବୋଲି ସୂଚନା ରହିଛି। ତାରିଖ ସ୍ପଷ୍ଟ ହୋଇନଥିଲା ବେଳେ ସେ ଫେବ୍ରୁଆରି ୨୭ରେ ଆସି କୋରାପୁଟ ଗସ୍ତ କରିବାର କାର୍ଯ୍ୟକ୍ରମ ଥିବା ଶୁଣାଯାଇଛି।

ଅନ୍ୟପକ୍ଷରେ ଓଡ଼ିଶା ଆସିବା ପାଇଁ ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ ଅନୁରୋଧ କରାଯାଇଥିବା ପିସିସି ସଭାପତି କହିଛନ୍ତି।

ତେବେ ଏହା ପୂର୍ବରୁ ରାହୁଲ ଦୁଇ ଥର ଓଡ଼ିଶା ଗସ୍ତ କରିଛନ୍ତି। ପ୍ରଥମେ ସେ ଜାନୁଆରି ୨୫ରେ ଓଡ଼ିଶା ଆସି ତମାଣ୍ଡୋରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ।

ଏହାପରେ ରାହୁଲ ଫେବ୍ରୁଆରି ୬ରେ ପଶ୍ଚିମ ଓଡ଼ିଶା ଗସ୍ତ କରିଥିଲେ। ଭବାନିପାଟଣା ଓ ରାଉରକେଲାରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉଭୟ ଗସ୍ତରେ ରାହୁଲ ନବୀନ ସରକାର ଓ ମୋଦି ସରକାର ଉପରେ ବର୍ଷିଥିଲେ।

ତେବେ ଏଥର ଗସ୍ତରେ ରାହୁଲଙ୍କ ଆଭିମୁଖ୍ୟ କ’ଣ ରହିବ ସେ ଉପରେ ସମସ୍ତଙ୍କ ନଜର ରହିଛି।

Comment