ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୧୪ରେ ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଘଟଣାକୁ ସାରା ଦେଶରେ ନିନ୍ଦା କରାଯାଉଛି। ଘଟଣାର ବିରୋଧ କରି ଭାରତ ଦୃଢ଼ ପଦକ୍ଷେପ ନେବା ଆରମ୍ଭ କରିଛି। ଏହି ଘଟଣାରେ ପାକସ୍ତାନକୁ ହାଇ କମିଶନର ସୋହେଲ ମହମ୍ମୁଦଙ୍କୁ ସମନ ଜାରି କରାଯାଇଛି। ସମନ ଜାରି କରିଛନ୍ତି ଭାରତର ବିଦେଶୀ ସଚିବ ବିଜୟ ଗୋଖଲେ।

ପାକିସ୍ତାନରେ ଆତଙ୍କବାଦୀଙ୍କୁ ପ୍ରଶୟ ନଦେବାକୁ ଭାରତ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏଥିସହ ଆକ୍ରମଣ କରିଥିବା ଆତଙ୍କବାଦୀ ସଙ୍ଗଠନ ‘ଜୈଶ ଏ ମହମ୍ମଦ’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ବିଭିନ୍ନ ସ୍ଥାନରେ ଘଟଣାକୁ ବିରୋଧ କରି ଭାରତୀୟମାନେ ଏକତ୍ର ହୋଇଛନ୍ତି। ପାକିସ୍ତାନ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି।

Comment