ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ-କାଶ୍ମୀରର ପୁଲୱାନାରେ ହୋଇଥିବା ଆତଙ୍କୀ ଘଟଣାରେ ସମ୍ପୂର୍ଣ୍ଣ ଦେଶବାସୀଙ୍କ ଛାତି ଥରାଇ ଦେଇଛି। ଏହି ବିସ୍ଫୋରଣକୁ ୨୦୧୯ର ସବୁଠୁ ବଡ଼ ଆକ୍ରମଣ କୁହାଯାଉଛି। ପୁଲୱାନା ବିସ୍ଫୋରଣ ଫଛରେ ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଇ-ମହମ୍ମଦ ହାତ ରହିଥିବା କୁହାଯାଉଛି। ଆତଙ୍କବାଦୀ ଆଦିଲ ଅହମ୍ମଦ ଡାରକୁ ଏହି ଆତ୍ମଘାତୀ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଉଛି।

ଗୃହମନ୍ତ୍ରୀ ରାଜନାଥ ସିଂହ ପୁଲୱାନାରେ ପହଞ୍ଚିଛନ୍ତି। ସେଠାରେ ସେ ସହିଦ ସିଆରପିଏଫ ଯବାନଙ୍କ ଶବକୁ କାନ୍ଧ ଦେଇଛନ୍ତି। ତାଙ୍କ ସହ ଜାମ୍ମୁ-କାଶ୍ମୀର ଡିଜିପି ଦିଲବାଗ ସିଂହ ମଧ୍ୟ ସିଆରପିଏଫ ଯବାନଙ୍କ କଫିନ୍‌ କାନ୍ଧ ଦେଇଥିଲେ। ଶୁକ୍ରବାରକୁ ଜାମ୍ମୁ-କାଶ୍ମୀରରେ ସହିଦ ହୋଇଥିବା ସିଆରପିଏଫ ଯବାନଙ୍କ ପାର୍ଥିବ ଶରୀରକୁ କାନ୍ଧ ଦେଇଥିଲେ। ଏହାପରେ ପାର୍ଥିବ ଶରୀରକୁ ବିମାନ ଯୋଗେ ଜାମ୍ମୁ-କାଶ୍ମୀରରୁ ନିଆଯାଇଥିଲା।

ଗୃହମନ୍ତ୍ରୀ କହିଥିଲେ ଯେ ରାଷ୍ଟ୍ରର ଏହି ବାହାଦୁର ଯବାନଙ୍କ ବଳିଦାନକୁ ଆମେ କେବେ ଭୁଲିପାରିବାନି। ସେମାନେ ଆମ ସ୍ମୃତିରେ ସବୁବେଳେ ସାଇତି ହୋଇ ରହିବେ।

Comment