ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ
  • ବୈଠକ ପରେ ମୋଦି ଦେଲେ କଡ଼ା ମନ୍ତବ୍ୟ
  • ମସ୍ତବଡ଼ ଭୁଲ କରିଛନ୍ତି ଆତଙ୍କବାଦୀ : ମୋଦି
  • ପାକିସ୍ତାନର ଷଡ଼ଯନ୍ତ୍ର ସଫଳ ହେବ ନାହିଁ: ମୋଦି
  • ସେନାକୁ ସମ୍ପୂର୍ଣ୍ଣ ସ୍ୱାଧିନତା ଦିଆଯାଇଛି

“ଭାରତୀୟ ଯବାନଙ୍କ ଦେହରେ ହାତ ମାରି ମସ୍ତବଡ଼ ଭୁଲ୍ କରିଛ। ଆଗାମୀ ଦିନରେ ବହୁମୂଲ୍ୟ ଦେବାକୁ ପଡ଼ିବ”, ପୁଲୱାମା ଆତ୍ମଘାତୀ ବିସ୍ଫୋରଣ ପରେ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପୁଲୱାମା ବିସ୍ଫୋରଣ ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଆତଙ୍କବାଦୀଙ୍କ ନାରକୀୟ କାଣ୍ଡକୁ ସାଦା ଦେଶବାସୀ ନିନ୍ଦା କରୁଛନ୍ତି। ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ସହିଦ ଯବାନଙ୍କୁ ସବୁଠି ଶ୍ରଦ୍ଧାଞ୍ଜଳି ଦିଆଯାଇଥିବା ବେଳେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠମନ୍ତ୍ରୀମାନଙ୍କର ବୈଠକ ଡାକିଥିଲେ। ଦେଶର ନିରାପତ୍ତା ସମ୍ପର୍କରେ ଆଲୋଚନା କରିଥିଲେ।

ମୋଦି କହିଥିଲେ, “ସେନା ବାହିନୀକୁ ସମ୍ପୂର୍ଣ୍ଣ ସ୍ୱାଧିନତା ଦିଆଯାଇଛି। ସ୍ଥାନ ଓ ସମୟ ନିର୍ଦ୍ଧାରଣ କରି ସେମାନେ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବେ।”

ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ଦୋବାସୀ ଏକାଠି ହେବା ସହ ସମଗ୍ର ବିଶ୍ୱବସୀ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢ଼େଇ କରିବାକୁ ଆହ୍ୱାନ ଦେଇଥିଲେ।

ସହିଦ ଯବାନଙ୍କ ମରଶରୀର ଶ୍ରୀନଗରରୁ ଶୁକ୍ରବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ଆସି ପହଞ୍ଚିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ମୋଦି ଆହୁରି କହିଥିଲେ, “ପଡ଼ୋଶୀ ପାକିସ୍ତାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଭାରତରେ ଏଭଳି ଆକ୍ରମଣ କରି ଦେଶର ଆର୍ଥିକ ସ୍ଥିତିକୁ ଦେହଲାଇବାକୁ ଚେଷ୍ଟା କରୁଛି। ପାକିସ୍ତାନର ଏଭଳି ଷଡ଼ଯନ୍ତ୍ର କେବେ ବି ସଫଳ ହୋଇପାରିବ ନାହିଁ।”

ନୂଆଦିଲ୍ଲୀରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ପାକିସ୍ତାନଠାରୁ ମୋଷ୍ଟ ଫେୱାର୍ଡ ନେସନ ମାନ୍ୟତା ପ୍ରତ୍ୟାହାର କରି ନିଆଯାଇଛି। ଏହି ଉଚ୍ଚସ୍ତରୀୟ ବୈଠକରେ ସ୍ୱେଡେନ, ଫ୍ରାନ୍ସ, ହଁଗରି, ଇଟାଲି, ଜର୍ମାନୀ ସମେତ ୨୫ ଦେଶର ପ୍ରତିନିଧି ଯୋଗ ଦେଇଥିଲେ।

Comment