ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଜପତି ଜିଲ୍ଲାରେ ଘଟିଛି ଏକ ଅସାଧରଣ ଘଟଣା। ରବିବାର ସକାଳେ ଏକ ଯୋଗ ଶିବିରରେ ଯୋଗ କରୁଥିବା ସମୟରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବୃଦ୍ଧ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ।

ଗଜପତି ଜିଲ୍ଲା ରାମନଗର ଅଞ୍ଚଳର ହାଇଟେକ୍‌ ପ୍ଲାଜାରେ ଏହି ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୧୦୦ରୁ ଅଧିକ ଲୋକ ଭାଗ ନେଇଥିଲେ। ବୃଦ୍ଧ ବ୍ୟକ୍ତି ଜଶକ ଯୋଗ କରୁଥିବା ସମୟରେ ବେହୋସ ହୋଇଯାଇଥିଲେ। ଏହା ପରେ ତାଙ୍କୁ ନିକଟସ୍ଥ ପାରଳାଖେମୁଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରି ମୃତ ବୃଦ୍ଧଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁ ସଠିକ୍‌ କାରଣ ଜଣା ପଡ଼ିବ ବେଲେି ପୋଲିସ୍‌ ପକ୍ଷରୁ କୁହାଯାଉଛି।

Comment