ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ-କଶ୍ମୀର ପୁଲୱାମାରେ ପୁଣି ଚାରି ଯବାନ ସହିଦ ହୋଇଛନ୍ତି। ୧୪ ଫେବ୍ରୁଆରିରେ ପୁଲୱାନାରେ ୪୦ ଜଣ ଯବାନ ସହିଦ ହୋଇଥିବା ବେଳେ ରବିବାର ରାତିରେ ଗୁଳିବିନିମୟରେ ପ୍ରାଣ ହରାଇଛନ୍ତି ୪ ଜଣ ଯବାନ। ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଜଣେ ମେଜର୍‌ ବି ଅଛନ୍ତି। ଏହାସହ ଜଣେ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି।

ସହିଦ ହୋଇଥିବା ମେଜରଙ୍କ ନାମ ଡିଏସ୍‌ ଡାଣ୍ଡିୟାଲ, ହେଡ୍‌ କନ୍‌ଷ୍ଟେବଲ୍‌ ସେବା ରାମ୍‌, ସିପାହୀ ଅଜୟ କୁମାର ଏବଂ ହରି ସିଂହ। ଏହି ଘଟଣାରେ ଜଣେ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଶ୍ରୀନଗର ଆର୍ମି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ତେବେ ପୁଲୱାମାରେଠାରୁ  ପ୍ରାୟ ତିନି କିଲୋମିଟର ଦୂରରେ ଜୈଶ-ଇ-ମହମ୍ମଦର ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ପାଇବା ପରେ ରବିବାର ବିଳମ୍ବିତ ରାତିରେ ସେନା, ସିଆର୍‌ପିଏଫ ପକ୍ଷରୁ ଅପରେସନ୍‌ ଆରମ୍ଭ ହୋଇଥିଲା। ଏହି ଅନରେସନ୍‌ ବେଳେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଘଟଣାରେ ୪ ଜଣ ଯବାନ ସହିଦ ହୋଇଛନ୍ତି। ଯବାନଙ୍କ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

Comment