ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସର ସାଧାରଣ ସମ୍ପାଦିକା ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରିୟଙ୍କା ଗାନ୍ଧି ଲାଗି ନିର୍ବାଚନ ପ୍ରଚାର ଲାଗି ଅନେକ ରାଲି କରୁଛନ୍ତି।

ଲୋକମାନଙ୍କୁ ତୃଣମୂଲ ସ୍ତରରୁ ଏକାଠି ହୋଇ କାମ କରିବା ଦରକାର ବୋଲି  ପ୍ରିୟଙ୍କା କହିଛନ୍ତି। ତେବେ ନିକଟରେ ଉତ୍ତରପ୍ରଦେଶ ବୁଲନ୍ଦସହରରେ ପାର୍ଟିର କିଛି ନେତା ଓ କର୍ମୀଙ୍କ ସହ ବୈଠକ କରୁଥିବା ବେଳେ ସେ କହିଛନ୍ତି କି ମୁଁ କିଛି ଚମତ୍କାର କରିପାରିବି ନାହିଁ। ନିର୍ବାଚନରେ ଜିତିବା ଲାଗି କଂଗ୍ରେସର ସବୁ ଲୋକ ଏକାଠି ହୋଇ ପରସ୍ପରର ସହଯୋଗରେ କାମ କରିବା ଆବଶ୍ୟକ।

ଏହା ସହିତ ସେ ଆହୁରି କହିଛନ୍ତି ଯେଉଁମାନେ ଦଳରେ ରହି ଦଳ ବିରୋଧୀ କାମ କରୁଛନ୍ତି ସେମାନଙ୍କୁ ଅଲଗା ରାସ୍ତା ଦେଖାଇଦିଆଯିବ। ପ୍ରିୟଙ୍କାଙ୍କ କଥାରୁ ଲାଗୁଛି ନିର୍ବାଚନ ଲାଗି ପ୍ରିୟଙ୍କା ପୂରାଦମ୍‌ରେ ପ୍ରସ୍ତୁତି କରୁଛନ୍ତି। ଏପରିକି ନେତା କର୍ମୀଙ୍କୁ ନେଇ ସେ ନିର୍ବାଚନୀ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛନ୍ତି।

Comment