ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଓଡ଼ିଶା ଆସି ଭାବନିପାଟଣାରେ ଆୟୋଜିତ ଏକ ଜନସଭାରେ ଯୋଗ ଦେଇଛନ୍ତି ଯୋଗୀ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗୀ ଉଦ୍‌ବୋଧନ ଦେଇଛନ୍ତି। ତାଙ୍କ ଉଦବୋଧନରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି।

କାଳିଆ ଯୋଜନାକୁ ସମାଲୋଚନା କରିଛନ୍ତି ଯୋଗୀ ଆଦିତ୍ୟନାଥ।

“ଓଡ଼ିଶା ସରକାରଙ୍କ ଯୋଜନା ଆରମ୍ଭରୁ ଭ୍ରଷ୍ଟାଚାର ହେଲାଣି। ନବୀନଙ୍କ ଯୋଜନାର ସ୍ଥାୟିତ୍ୱ ନାହିଁ”, କହିଛନ୍ତି ଯୋଗୀ। 

“୧୯ ବର୍ଷରେ ନବୀନ ସରକାର ରାଜ୍ୟରେ ୧୭ ଲକ୍ଷ ଘର କରିଛନ୍ତି। ମାତ୍ର ୨ ବର୍ଷରେ ୟୁପି ସରକାର ୨୦ ଲକ୍ଷ ଗରିବଙ୍କୁ ଘର ଦେଇଛନ୍ତି। କେନ୍ଦ୍ର ସରକାର ଚାଉଳ ପାଇଁ ଅଧିକ ଟଙ୍କା ଦେଉଛନ୍ତି ହେଲେ ରାଜ୍ୟ ସରକାର ଏହାର ବାହାବା ନେଉଛନ୍ତି”, କହିଛନ୍ତି ଯୋଗୀ ।

୨୦୧୯ରେ ଉଭୟ ଦିଲ୍ଲୀ ଏବଂ ଓଡ଼ିଶାରେ ବିଜେପିକୁ ଆଣିବାକୁ ଆହ୍ୱାନ ଦେଇଛନ୍ତି ଯୋଗୀ। ଗାଁ, ଗରିବ, ଚାଷୀଙ୍କ ପାଇଁ ମୋଦି କାମ କରିଚାଲିଛନ୍ତି। ସରକାର କିଭଳି ଚାଲେ ଗତ ସାଢ଼େ ୪ ବର୍ଷରେ ଦେଖାଯାଇଛି।

ଭବାନିପାଟଣାରେ ଯୋଗୀ ପୁଲୱାମା ଆକ୍ରମଣ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ଆତଙ୍କବାଦ ବିରୋଧୀ ଲଢ଼େଇ ପୂରା ଦେଶର ଲଢ଼େଇ। ଏଥିସହ ଆତଙ୍କବାଦକୁ କେବଳ ମୋଦି ସରକାର ଜବାବ ଦେଇପାରିବ ସେ କହିଛନ୍ତି। ଏହି ଲଢ଼େଇରେ ମୋଦିଙ୍କ ସହ ସମସ୍ତେ ଏକଜୁଟ ହେବାକୁ ସେ କହିଛନ୍ତି।

Comment