ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିହାରରେ ନିକଟରେ ଜୁନିୟର ଇଞ୍ଜିନିୟର ପଦ ଲାଗି ଭ୍ୟାକେନ୍ସି ବାହାରିଥିଲା। ଯେଉଁଥିଲାଗି ଅନେକ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଏ ନେଇ ବିଭାଗ ପକ୍ଷରୁ ଏକ ମେରିଟ ଲିଷ୍ଟ ପ୍ରକାଶ ପାଇଛି।

ଏହି ତାଲିକାରେ ୧ନମ୍ବରେ ଅଛି ସନ୍ନି ଲିଓନୀଙ୍କ ନାଁ। ଅର୍ଥାତ ଅଧିକ ସ୍କୋର ସନ୍ନି ଲିଓନୀଙ୍କୁ ମିଳିଛି। ଏହି ମେରିଟ୍‌ ଲିଷ୍ଟ ପରେ କାଉନସେଲିଂ ପ୍ରକ୍ରିୟା ଅଛି।

ଏହି ପଦବୀ ପାଇଁ ଆଶାୟୀ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ କରିଥିଲେ। ଯାହାପରେ ଏକ ମେରିଟ୍‌ ଲିଷ୍ଟ ଜାରି କରାଯାଇଛି। ଯେଉଁଥିରେ ସନ୍ନି ଲିଓନିଙ୍କୁ ୯୮.୦୫ ପ୍ରତିଶତ ଦିଆଯାଇଛି।

ଏହି ଲିଷ୍ଟ ଆସିବା ପରେ ଚର୍ଚ୍ଚା ହେଉଛି ଅଭିନେତ୍ରୀ ସନ୍ନି ଲିଓନିଙ୍କୁ ନେଇ। ଚର୍ଚ୍ଚା ପରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ମେରିଟ ଲିଷ୍ଟ ଅନଲାଇନରେ ଆବେଦନ ହୋଇଥିବା ଫର୍ମ ହିସାବରେ ହୋଇଛି। ଯଦି କେହି ଭୂଳ ନାଁ ବ୍ୟବାହର କରିଥିବେ ତାହା କାଉସେଲିଂ ବେଳେ ଜଣାପଡ଼ିବ। କାରଣ କାଉନସେଲିଂରେ ଡକ୍ୟୁମେଣ୍ଟ ଅରିଜିନାଲ ଆଣିବାକୁ କୁହାଯାଇଛି।

ଏହି ପଦବୀ ଲାଗି ୧୭ହଜାର ପିଲା ଆବେଦନ କରିଥିଲେ। ଯେଉଁ ଚର୍ଚ୍ଚା ଚାଲିଛି ଯେ ଲିଷ୍ଟରେ ୧ନମ୍ବରରେ ଯାହା ନାମ ଆସିଛି ସେ ହେଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନୀ ତାହା କାଉନସେଲିଂ ପରେ ହିଁ ସ୍ପଷ୍ଟ ହୋଇପାରିବ।

Comment