ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜସ୍ଥାନ ଖାଦ୍ୟପେୟକୁ ନେଇ ଯେତେ ଲୋକପ୍ରିୟ ଏଠାକାର ଆଦିବାସୀ ସମାଜର ରୀତିନୀତି ପରମ୍ପରା ମଧ୍ୟ ସେତିକି ବିଚିତ୍ର। ମାଉଣ୍ଟଆବୁ ଅଞ୍ଚଳରେ ରହୁଥିବା ଜନଜାତି ସମାଜରେ ଝିଅମାନଙ୍କ ବିବାହକୁ ନେଇ ରହିଛି ଏକ ଅଜବ ପରମ୍ପରା। ବହୁ ପୁରାତନ ଏହି ପରମ୍ପରା ସଭ୍ୟ ସମାଜର କଳ୍ପନାଠାରୁ ବାହାରେ। କନ୍ୟାକୁ ମିଳିଥାଏ ବର ପସନ୍ଦ ପାଇଁ ପୂର୍ଣ୍ଣ ସ୍ୱାଧୀନତା। ପ୍ରେମବିବାହ କିମ୍ବା ପରିବାର ଲୋକଙ୍କ ବିନା ସହମତିରେ ବିବାହ କରିବାକୁ ଏକ ବଡ଼ ଅପରାଧ ବୋଲି ବିବେଚନା କରାଯାଏ।

ରାଜସ୍ଥାନର ପିପଲ ପୁନମରେ ପ୍ରତିବର୍ଷ ଆଦିବାସୀ ସମାଜ ଦ୍ୱାରା ଏକ ମେଳାର ଆୟୋଜନ କରାଯାଇଥାଏ। ଯେଉଁ ମେଳାରେ ଝିଅମାନଙ୍କୁ ନିଜ ପସନ୍ଦର ଜୀବନସାଥୀ ବାଛିବାକୁ ପୂର୍ଣ୍ଣ ସ୍ୱାଧୀନତା ମିଳିଥାଏ। ମେଳାରେ ଆତ୍ମୀୟସସ୍ୱଜନଙ୍କ ଉପସ୍ଥିତିରେ ସର୍ବପ୍ରଥମେ ଝିଅଟି ସେଠାରେ ଉପସ୍ଥିତ ଥିବା ବରର ପିତାଙ୍କୁ ମାଳା ପିନ୍ଧାଇଥାଏ।

ଏହା ପରେ ନିଜ ପସନ୍ଦର ଯୁବକଙ୍କୁ ବରଣ ମାଳା ପିନ୍ଧାଇ ଜୀବନସାଥୀ ବାଛିଥାଏ। କିନ୍ତୁ ଯଦି ଝିଅଟିକୁ ପୁରୁଷ ପସନ୍ଦ ଆସିବ ନାହିଁ ତେବେ ଅନ୍ୟ ପୁରୁଷ ବାଛିବାର ଅଧିକାର ରହିଛି। ମେଳାରେ ଜନଜାତି ସମ୍ପ୍ରଦାୟର ଏହି ବିବାହ ଦେଖିବାକୁ ବହୁ ଲୋକଙ୍କ ସମାଗମ ହୋଇଥାଏ।

Comment