ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ରାଜଧାନୀ ଭୁବନେଶ୍ୱରରେ ପୁଣି ବାଘ ଆତଙ୍କ। ଭୁବନେଶ୍ୱରସ୍ଥିତ ରଙ୍ଗମାଟିଆ ତଳସାହିରେ ଏକ ବାଘ ବୁଲୁଥିବା ସୂଚନା ମିଳିଛି। ଜଣେ ସ୍ଥାନୀୟ ବ୍ୟକ୍ତି ଗୁରୁବାର ରାତିରେ ବାଘ ଦେଖିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହାପରେ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ।

ଖବର ପାଇଁ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ରଙ୍ଗମାଟିଆ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ବିଲରେ ବାଘର ପାଦ ଚିହ୍ନ ଠାବ କରିଥିଲେ ବନ ବିଭାଗର କର୍ମକର୍ତ୍ତା। ତେବେ ଏହା କେଉଁ ପ୍ରଜାତିର ବାଘ ସେନେଇ ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।

ଗତ ଦୁଇ ଦିନ ତଳେ ରାଜଧାନୀ ଭୁବନେଶ୍ୱରର ପଳାସପଲ୍ଲୀ ଅଞ୍ଚଳରୁ ଧରାପଡ଼ିଥିଲା ଏକ କଲରାପତରିଆ ବାଘ। ଯନ୍ତାରେ ବାଘକୁ ଧରିବା ପରେ ଚନ୍ଦକା ଜଙ୍ଗଲରେ ଛଡ଼ାଯାଇଥିଲା।

Comment