ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟ ନିଯୁକ୍ତ କରିଥିବା ଆମିକସ୍ କ୍ୟୁରି ରଣଜିତ କୁମାର ଭୁବନେଶ୍ଵରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ଏୟାରପୋର୍ଟରୁ ସେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି।

ଶନିବାର ସେ ଶ୍ରୀମନ୍ଦିର ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରିବେ।

ଶ୍ରୀମନ୍ଦିର ସ୍ୱଚ୍ଛତା ଓ ପରିମଳକୁ ନେଇ କେଉଁ ବ୍ୟବସ୍ଥା କରାଯାଇଛି, ଗହଳି ନିୟନ୍ତ୍ରଣ ପାଇଁ ସୁବ୍ୟବସ୍ଥା, ଧାଡ଼ି ବ୍ୟବସ୍ଥା ଉପରେ ମଧ୍ୟ ଆମିକସ୍‌ କ୍ୟୁରି ଅନୁଧ୍ୟାନ କରିବେ।

ବିଶେଷ କରି ଭକ୍ତଙ୍କଠାରୁ ଦାନ ଦକ୍ଷିଣା ଆଦାୟ, ବଂଶାନୁକ୍ରମିକ ସେବା ପରମ୍ପରା ଉଚ୍ଛେଦ ଆଦି ପ୍ରସ୍ତାବରେ ଆମିକସ୍‌ କ୍ୟୁରିଙ୍କ ନିକଟରେ ମତ ରଖିପାରନ୍ତି ସେବାୟତ। ତେବେ ଫେବ୍ରୁଆରି ୨୭ରେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବ।

Comment