ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନ ସହ ଭାରତର ମ୍ୟାଚ ବ୍ୟାନ କରିବାକୁ ନେଇ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ନିଜ ପ୍ରତିକ୍ରିୟା ରଖିଛନ୍ତି। ସଚିନ କହିଛନ୍ତି, ପାକିସ୍ତାନକୁ ମାଗଣାରେ ୨ ପଏଣ୍ଟ ଦେବା ଠିକ୍‌ ନୁହେଁ। ବିଶ୍ୱକପ୍‌ରେ ଭାରତ ଯଦି ପାକିସ୍ତାନ ସହ ନ ଖେଳିଲେ ପାକିସ୍ତାନକୁ ହିଁ ଫାଇଦା ହେବ। ତେଣୁ ପାକିସ୍ତାନକୁ ଏଭଳି ମାଗଣା ପଏଣ୍ଟ ଦେବା ଆଦୌ ଠିକ୍‌ ନୁହେଁ ବୋଲି ସଚିନ୍‌ କହିଛନ୍ତି।

ଆଗାମୀ ବିଶ୍ୱକପ୍‌ରେ ପାକିସ୍ତାନ ସହ ଭାରତର ମ୍ୟାଚ ବ୍ୟାନ କରିବାକୁ ସାରା ଦେଶରେ ଜୋର ଧରିଛି। ଏହାକୁ ନେଇ ଶୁକ୍ରବାର କ୍ରିକେଟ ଜଗତର ଭଗବାନ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ନିଜ ପ୍ରତିକ୍ରିୟା ରଖିଛନ୍ତି।

ସଚିନ୍‌ କହିଛନ୍ତି, “ବିଶ୍ୱକପ ଇତିହାସରେ ଭାରତ ଆଜି ପର୍ଯ୍ୟନ୍ତ ପ୍ରତିଟି ମ୍ୟାଚରେ ପାକିସ୍ତାନକୁ ହରାଇଛି। ବର୍ତ୍ତମାନ ଏହାକୁ ଦୋହରାଇବା ସମୟ ଆସିଛି। ପାକିସ୍ତାନ ସହ ନ ଖେଳି, ତାକୁ ମାଗଣାରେ ଦୁଇଟି ପଏଣ୍ଟ ଦେବାକୁ ଉଚିତ ହେବନି। ଏହାକୁ ମୁଁ ବ୍ୟକ୍ତିଗତ ଭାବେ ପସନ୍ଦ କରୁନି। ତେବେ ମୋ ପାଇଁ ସର୍ବଦା ମୋ ଦେଶ ଆଗ। ଦେଶ ଯାହା ନିଷ୍ପତ୍ତି ନେବ, ମୁଁ ସେଥିରେ ଏକମତ।”

ଅନ୍ୟପକ୍ଷରେ ଆସନ୍ତା ବିଶ୍ୱକପରେ ଇଣ୍ଡିଆ-ପାକିସ୍ତାନ ମ୍ୟାଚକୁ ରଦ୍ଧ କରିବା ନିଷ୍ପତ୍ତି ବିସିସିଆଇ ସରକାରଙ୍କ ଉପରେ ଛାଡିଛି। ଏହି ମାମଲାରେ ସରକାର ଯାହା ପଦକ୍ଷେପ ନେବେ, ବିସିସିଆଇ ତାହା ମାନିବ ବୋଲି ବିସିସିଆଇ ସିଓଏ ବିନୋଦ ରାୟ କହିଛନ୍ତି।

Comment