ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ନିର୍ବାଚନ ପୂର୍ବରୁ ହେବିୱେଟ ନେତାମାନଙ୍କର ଜବରଦସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ବାଚନ ପ୍ରଚାର କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାକି ନେତାମାନଙ୍କଠୁ ଆଗରେ। ଶନିବାର ମୋଦି କଂଗ୍ରେସ ପ୍ରଦେଶ ରାଜସ୍ଥାନର ଟୋଙ୍କରେ ବିଜୟ ସଂକଳ୍ପ ରାଲିରେ ସାମିଲ ହୋଇ ପୁଲୱାମାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ହେଇଥିଲେ। ଏବଂ କଂଗ୍ରେସ ଗଡ଼ରେ ମୋଦି କଂଗ୍ରେସକୁ ସିଧାସଳଖ ଭାବେ ସମାଲୋଚନା କରିଥିଲେ।

ମୋଦି ନିଜ ଉଦ୍‌ବୋଧନରେ କହିଛନ୍ତି, “ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ସହାୟତା କରିବା ପାଇଁ ପୂରା ଭାରତବର୍ଷ ଛିଡ଼ା ହୋଇଛି। କିନ୍ତୁ ଦୁଃଖ ଲାଗେ କି କିଛି ଲୋକ ଭାରତରେ ରହି ମଧ୍ୟ ପାକିସ୍ତାନର କଥା କହୁଛନ୍ତି। ଏମାନେ ସେଭଳି ଲୋକ ଯିଏକି ପାକିସ୍ତାନ ଯାଇ କହୁଛନ୍ତି ଯେ କିଛି ବି କର କିନ୍ତୁ ମୋଦିକୁ ହଟାଅ। ଏମାନେ ସେହି ଲୋକ ଯେଉଁମାନେ ମୁମ୍ବାଇ ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ପ୍ରତିଉତ୍ତର ଦେଇ ପାରି ନଥିଲେ। ଏଭଳି ଲୋକ ନା ଦେଶର ଯବାନମାନଙ୍କ ପାଇଁ ନା ଦେଶର କୃଷକମାନଙ୍କ ପାଇଁ।”

ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନରେ ନୂଆ ସରକାର ହେଲାବେଳେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଦେଇଥିଲି ଏବଂ କହିଥିଲି କି ଭାରତ-ପାକିସ୍ତାନ ମିଶି ଗରୀବ, ଅଶିକ୍ଷା ଉପରେ ଲଢ଼େଇ କରିବା। କିନ୍ତୁ ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଲେ ଯେ ସେ ପଠାଣ ପୁଅ, ସତ କୁହନ୍ତି, ଠିକ୍‌ କରନ୍ତି।

ପିଏମ୍‌ ମୋଦି କହିଲେ କି, “ଆପଣଙ୍କର ଜଣେ ପ୍ରଧାନସେବକ ଆତଙ୍କବାଦୀଙ୍କର ଦାନା ପାଣି ବନ୍ଦ କରିବାରେ ଲାଗିଛନ୍ତି। ଦୁନିଆରେ ଆତଙ୍କବାଦୀ ବନ୍ଦ କରିବା ପାଇଁ ତାଙ୍କ ଫ୍ୟାକ୍ଟ୍ରି ବନ୍ଦ କରିବାକୁ ପଡ଼ିବ। ଏହି ସଙ୍କଳ୍ପ କେବଳ ମୋର ନୁହେଁ ପୂରା ଭାରତର ଅଟେ। ରାଜନୀତି ଉପରେ ରାଷ୍ଟ୍ରନୀତି ଆସେ।”

Comment