ଓଡ଼ିଶାଲାଇଭ୍‌ ବ୍ୟୁରୋ

Biju Yuva Vahini Singapore Visits

ବିଦେଶ ଗଲେ ବିଜୁ ଯୁବ ବାହିନୀର ସଦସ୍ୟ। ବିଜୁ ଯୁବ ବାହିନୀର ୮୮ ଜଣ ସ୍ୱେଚ୍ଛାସେବୀ ଆଜି ସିଙ୍ଗାପୁର ଗସ୍ତରେ ଯାଇଛନ୍ତି। ସେମାନେ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁର ଗସ୍ତରେ ରହିବେ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଯୁବ ବାହିନୀ ସ୍ୱେଚ୍ଛାସେବୀଙ୍କୁ ଶୁଭେଚ୍ଛା ସହ ଶୁଭକାମନା ଜଣାଇଛନ୍ତି।

ସ୍ୱେଚ୍ଛାସେବା କ୍ଷେତ୍ରରେ ନିଜର ବ୍ୟକ୍ତିତ୍ୱ, ପ୍ରତିଭା ହାସଲ କରିଥିବା ୮୮ ଜଣ ସ୍ୱେଚ୍ଛାସେବୀ ସିଙ୍ଗାପୁର ଗସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବିଭିନ୍ନ ଜିଲ୍ଲାର ଅନୁସୂଚିତ ଜନଜାତି, ଅନଗ୍ରସର ସମ୍ପ୍ରଦାୟ, ଦୁର୍ଗମ ଅଞ୍ଚଳ ଅଧିବାସୀ ତଥା ଦିବ୍ୟାଙ୍ଗ। ‘ମୁଁ ହିରୋ ମୁଁ ଓଡ଼ିଶା’ କାଯ୍ୟକ୍ରମରେ ଯେଉଁମାନେ ଭଲ ପ୍ରଦର୍ଶନ କରିଥିଲେ, ସେମାନଙ୍କୁ ଏହି ସୁଯୋଗ ମିଳିଛି।

Naveen Patnaik Wish to Biju Yuva Vahini

ସିଙ୍ଗାପୁର ରହଣି ସମୟରେ ସେମାନେ ସେଠାକାର କଳା, ସଂସ୍କୃତି, ଶିଳ୍ପ ପ୍ରତିଷ୍ଠାନ, ବାଣିଜ୍ୟ କେନ୍ଦ୍ର, ଶିକ୍ଷା ତଥା ପର୍ଯ୍ୟଟନ କ୍ଷେତ୍ର ପରିଦର୍ଶନ କରିବେ।

ବିଜୁ ଯୁବ ବାହିନୀର ସିଙ୍ଗାପୁର ଗସ୍ତ ପଛରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଲକ୍ଷ୍ୟ ରହିଛି। ଏହି ଗସ୍ତ ସଦସ୍ୟମାନଙ୍କୁ ଉତ୍ସାହିତ କରିବ।

ବିଜୁ ଯୁବ ବାହିନୀର ସଦସ୍ୟ ପ୍ରତି ଗାଁ ଓ ପଞ୍ଚାୟତରେ ଉନ୍ନତିମୂଳକ କାର୍ଯ୍ୟ କରୁଛନ୍ତି। ସ୍ୱେଚ୍ଛାସେବୀ ଯୁବଗୋଷ୍ଠୀ ବିଭିନ୍ନ ସାମାଜିକ ଗଠନ ମୂଳକ କାର୍ଯ୍ୟ କରୁଛନ୍ତି।

Comment