ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲାର ବାରିପଦା ସଦର ବ୍ଲକ ଏବଂ ବାରିପଦା ପୌରପରିଷଦ ପକ୍ଷରୁ ମୁଁ ହିରୋ ମୁଁ ଓଡ଼ିଶାର ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ବାରିପଦାର ଏମପିସି (ସ୍ଵୟଂଶାସିତ) ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି ଉଦଘାଟନ କରିଥିଲେ।

ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ମୁଖ୍ୟ ବକ୍ତା, ମୋରଡ଼ା ବିଧାୟକ ତଥା ଜିଲ୍ଲା ବିଜେଡିର ସଭାପତି ପ୍ରବୀଣ ଭଞ୍ଜଦେଓ, ବଡ଼ସାହି ବିଧାୟକ ଗଣେଶ୍ଵର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ବାରିପଦା ସଦର ବ୍ଲକର ବିଡିଓ ସରୋଜ କୁମାର ଦାସଙ୍କ ପୌରହିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜୁ ଯୁବବାହିନୀର ରାଜ୍ୟ ଉପଦେଷ୍ଟା ସରୋଜ କୁମାର ପଟ୍ଟନାୟକ, ବାରିପଦା ପୌରାଧ୍ୟକ୍ଷା ବବିତା ଦାସ, ଉପ ନଗରପାଳ ଜିତେନ୍ଦ୍ର କୁମାର ମହାନ୍ତିଙ୍କ ସମେତ ଏମପିସି (ସ୍ଵୟଂଶାସିତ) କଲେଜର ଅଧ୍ୟକ୍ଷ ଏବଂ ବିଜୁ ଯୁବବାହିନୀର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ।

Comment