ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ବିମାନ ଆକ୍ରମଣ ନେଇ ବୈଦେଶିକ ସଚିବଙ୍କ ପ୍ରେସ୍‌ମିଟ୍‌।

ପୁଲୱାମାରେ ହୋଇଥିବା ଆତଙ୍କବାଦ ଆକ୍ରମଣର ଭାରତ ବଦଲା ନେଇଛି। ଭାରତୀୟ ବାୟୁସେନା ଏଲଓସି ପାର କରି ଆତଙ୍କୀ କ୍ୟାମ୍ପ୍‌କୁ ପୂରା ନଷ୍ଟ କରିଦେଇଛି। ମଙ୍ଗଳବାର ବଡ଼ି ଭୋରରରୁ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ଏକ ବଡ଼ ଧରଣର ହମଲା ହୋଇଛି। ଭାରତୀୟ ବାୟୁସେନାର ୧୨ଟି ୨୦୦୦ ଲଢ଼ୁଆ ମିରାଜ ବିମାନ ଆତଙ୍କବାଦୀ ଆଡ୍ଡା ଉପରେ ବୋମା ବର୍ଷଣ କରିଛନ୍ତି। ୧୦୦୦ କେଜିର ବୋମା ପଡ଼ିବା ଫଳରେ ଜୈସ-ଏ-ମହମ୍ମଦର ପ୍ରାୟ ୩୦୦ ଆତଙ୍କବାଦୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି।

ଭାରତୀୟ ବାୟୁସେନାର ଆକ୍ରମଣ ନେଇ ବୈଦେଶିକ ସଚିବ ବିଜୟ ଗୋଖଲେ ଏନେଇ ପ୍ରେସମିଟ୍‌ କରିଛନ୍ତି। ସେ ଏହି ପ୍ରେସ୍‌ମିଟ୍‌ରେ କହିଛନ୍ତି, ” ଜୈଶ-ଏ-ମହମ୍ମଦ ସଙ୍ଗଠନ ଦୁଇ ଦଶନ୍ଧିରୁ ସକ୍ରିୟ ଅଛନ୍ତି। ପାକିସ୍ତାନକୁ ତାଙ୍କର କ୍ୟାମ୍ପ୍‌ ବିଷୟରେ ବାରମ୍ବାର ସୂଚନା ଦିଆଯାଉଥିଲା। କିନ୍ତୁ ସେମାନେ ମନା କରୁଥିଲେ। ସେମାନେ କିଛି ଆକ୍ସନ ନେଲେନି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୁଇନ୍ଦା ପକ୍ଷରୁ ସୂଚନା ଥିଲା କି ପୁଲୱାମା ପରେ ବି ଆହୁରି ଅଧିକ ଆକ୍ରମଣର ଆଶଙ୍କା  ଥିଲା। ଏହାପରେ ଭାରତ ବାଲାକୋଟ ଅଞ୍ଚଳରେ ଥିବା ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରିଥିଲା। ମସୁଦ ଅଜହରର ଶଳା ୟୁସୁଫ୍‌ ଅଜହର ଉକ୍ତ ଶିବିର ଚଳାଉଥିଲେ। ଏହି ଆକ୍ରମଣ ପରେ
ୟୁସୁଫ୍‌ ଅଜହରଙ୍କ ମୃତ୍ୟୁ ହୋଇଛି।

ଖବର ମିଳିଛି ଯେ ପୂରା ପ୍ରସ୍ତୁତି ସହ ଏହି ଆକ୍ରମଣ କରାଯାଇଥିଲା। ପୁଲୱାମା ଘଟଣା ପରେ ଯେ କୌଣସି ପଦକ୍ଷେପ ନେବା ପାଇଁ ସେନାକୁ ସରକାରଙ୍କ ପକ୍ଷରୁ ଅନୁମତି  ଦିଆଯାଇଥିଲା। ବୁଝି ବିଚାରି ବାୟୁ ସେନା ଏହି ପଦକ୍ଷେପ ନେଇଛନ୍ତି। ପାକିସ୍ତାନ ସେନା ମଧ୍ୟ ମାନିଛି ଯେ ଭାରତୀୟ ବିମାନ ନିୟନ୍ତ୍ରଣ ସୀମା ରେଖା ଭିତରକୁ ଆସି ବୋମା ପକାଇଥିଲା।

Comment