ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ବଡ଼ ଖବର।
ଦୁଇଦିନ ଧରି ଝଡ଼ବର୍ଷା ସହ କୁଆପଥର ମାଡ଼ ସମ୍ଭାବନା
ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ମଙ୍ଗଳବାର ଅନେକ ସ୍ଥାନରେ କୁଆପଥର ସହ ବର୍ଷା ମଧ୍ୟ ହୋଇଥିଲା। ଆଜି ଓ ଆସନ୍ତାକାଲି ବହୁ ସ୍ଥାନରେ ଝଡ଼ବର୍ଷା ସହ କୁଆ ପଥର ମାଡ଼ ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଆତଙ୍କବାଦୀ ନିପାତ
ଭାରତୀୟ ବାୟୁସେନାର ସର୍ଜିକାଲ ଷ୍ଟ୍ରାଇକ ପରେ ଏଲଓସିରେ ଅଶାନ୍ତି ଲାଗି ରହିଛି। ସୀମାରେ ଉଭୟ ଭାରତ ଏବଂ ପାକିସ୍ତାନ ଯବାନ ମୁହାଁମୁହିଁ ହୋଇଛନ୍ତି। ପାକିସ୍ତାନ ସୀମାରୁ ଭାରତ ସୀମାକୁ ଗୁଳିର ସୁଅ ଛୁଟିଛି। ପାକିସ୍ତାନ ସେନା ପୁଣି ଥରେ ନିଜ ସୀମା ଉଲଘଂନ କରିଛି। ଏଥର ପାକିସ୍ତାନ ସେନା ବୁଧବାର ସକାଳେ ଉରୀ ସେକ୍ଟର ସୀମା ଉଲଘଂନ କରିଛି। ଆଜି ସାକଳୁ ଫାୟାରିଙ୍ଗ କରି ଚାଲିଛି।
ପାକିସ୍ତାନ ଯୁଦ୍ଧ ବିମାନର ଭାରତୀୟ ସୀମା ଅତିକ୍ରମ
ପିଓକେରେ ଭାରତର ଏୟାରଷ୍ଟ୍ରାଇକ ପରେ ପାକସ୍ତାନ ବାୟୁସେନା ଭାରତର ବାୟୁସୀମା ଉଲଙ୍ଘନ କରିଛି। ରାଜୌରୀ ସେକ୍ଟରରେ ଭାରତୀୟ ବାୟୁସୀମା ଉଲ୍ଲଙ୍ଘନ କରିଛି।
ଭାରତର ପ୍ରସ୍ତୁତି ଦେଖି ଛାନିଆ ପାକିସ୍ତାନ
ପୁଲୱାମା ଆତଙ୍କବାଦ ଆକ୍ରମଣ ପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ସୀମା ପଟରୁ ଲଗାତାର ଗୁଳି ଚାଳନା କରାଯାଇଥିଲା। ଏଥିରେ ୨ ଆତଙ୍କବାଦ ନିହତ ହୋଇଥିଲେ। ହେଲେ ପାକିସ୍ତାନ ବାୟୁସେନା ଭାରତର ବାୟୁସେନା ଉଲଘଂନ କରିଥିଲା। ପାକିସ୍ତାନର ଏଫ୍ ୧୬ ବିମାନକୁ ଭାରତ ଖସାଇଛି। ଏନେଇ ସୀମାରେ ଏବଂ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ବିମାନର ଜରୁରୀ ଅବତରଣ
ଆଜି ମୁଖ୍ୟମନ୍ତ୍ରୀଙ୍କର ରାୟଗଡ଼ା ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଥିଲା। ମାତ୍ର ରାୟଗଡା ଯାଉଥିବା ବେଳେ ଜୟପୁର ଏୟାରଷ୍ଟ୍ରୀପ୍ରେ ମୁଖ୍ୟମନ୍ତ୍ରୀଙ୍କୁ ବିମାନ ଜରୁରୀ ଅବତରଣ କରିଛି।
ସୀମା ଲଙ୍ଘୁଛି ପାକ୍ ଯୁଦ୍ଧ ବିମାନ – ଭାରତୀୟ ବାୟୁସେନାର ସମସ୍ତ ପାଇଲଟଙ୍କୁ ଆଲର୍ଟ ଜାରି
ପିଓକେରେ ଭାରତର ଏୟାରଷ୍ଟ୍ରାଇକ ପରେ ପାକସ୍ତାନ ବାୟୁସେନା ଭାରତର ବାୟୁସୀମା ଉଲଙ୍ଘନ କରିଛି। ରାଜୌରୀ ସେକ୍ଟରରେ ଭାରତୀୟ ବାୟୁସୀମା ଉଲ୍ଲଙ୍ଘନ କରିଛି।
ପାକ୍କୁ ମିଳିବ କଡ଼ା ଜବାବ – ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଚାଲିଛି ଗୁରୁତ୍ଵପୁର୍ଣ୍ଣ ବୈଠକ
ପାକ୍ର ଭାରତୀୟ ବାୟୁସୀମା ଉଲଙ୍ଘନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଚାଲିଛି।


















