ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପିରେ ମିଶିବା ପରେ ଓଡ଼ିଶାରେ ପହଞ୍ଚିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ବୈଜୟନ୍ତଙ୍କୁ ନିଜ ସମର୍ଥକମାନେ ସମ୍ବର୍ଦ୍ଧନା ଜଣାଇଛନ୍ତି।

ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ଏକ ବିଶାଳ ବାଇକ୍‌ ରାଲିରେ ବାହାରିଛନ୍ତି ବୈଜୟନ୍ତ। ବାଇକ୍‌ ରାଲିରେ ବିଜେପି ପାର୍ଟି ଅଭିମୁଖେ ଯାଇଛନ୍ତି ସେ। ଏହି ଅବସରରେ ବିଜେପିର ବହୁ ବରିଷ୍ଠ ନେତା ବୈଜୟନ୍ତଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହିତ ସ୍ୱାଗତ କରିଛନ୍ତି।

ଗତ ମାର୍ଚ୍ଚ ୪ରେ ବୈଜୟନ୍ତ ବଜେପିରେ ଯୋଗ ଦେଇଥିଲେ। ବିଜେଡି ଛାଡ଼ିବାର ଦୀର୍ଘ ୯ ମାସ ପରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ସେ। ନୂଆଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ତଥା ଓଡ଼ିଶାର ତୁଙ୍ଗ ବିଜେପି ନେତାଙ୍କ ଗହଣରେ ବୈଜୟନ୍ତ ପଦ୍ମ ଧରିଥିଲେ।

Comment