ଓଡ଼ିଶାଲାଇଭ୍‌ ବ୍ୟୁରୋ

ମିଜୋରାମର ନୂଆ ରାଜ୍ୟପାଳ ଭାବେ ଜଗଦୀଶ ମୂଖୀ ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ମିଜୋରାମର ରାଜଧାନୀ ଆଇଜଲ୍‌ର ରାଜଭବନରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଜଗଦୀଶ ମୂଖୀ ମିଜୋରାମର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି।

ବର୍ତ୍ତମାନ ଜଗଦୀଶ ମୂଖୀ ଆସାମ ରାଜ୍ୟର ମଧ୍ୟ ରାଜ୍ୟପାଳ ଅଛନ୍ତି। ସେ ଉଭୟ ଆସାମ ଓ ମିଜୋରାମର ରାଜ୍ୟପାଳ ଭାବେ କାର୍ଯ୍ୟ କରିବେ। ଗୌହାଟୀ ହାଇକୋର୍ଟର ବିଚାରପତି ନେଲସନ୍‌ ସୈଲୋ ଜଗଦୀଶ ମୂଖୀଙ୍କୁ ନିଜ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।

ଗୁରୁବାର ମିଜୋରାମର ପୂର୍ବତନ ରାଜ୍ୟପାଳ କେ. ରାଜଶେଖରନ୍‌ ନିଜ ପଦରୁ ଇସ୍ତଫା ଦେଇଥିଲେ। ରାଜଶେଖରନ୍‌ କେରଳରୁ କଂଗ୍ରେସ ନେତା ଶଶି ଥରୁର୍‌ଙ୍କ ବିପକ୍ଷରେ ଲୋକସଭା ନିର୍ବାଚନ ଲଢ଼ିବେ। ଏହି ସମୟରେ ଆସାମ ରାଜ୍ୟପାଳ ଜଗଦୀଶ ମୂଖୀଙ୍କୁ ମିଜୋରାମର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।

Comment