ଓଡ଼ିଶାଲାଇଭ୍‌ ବ୍ୟୁରୋ

କନ୍ଧମାଳ ଜିଲ୍ଲାର ପକନାଗାଁ ବାଳିକା ହାଇସ୍କୁଲରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଆସିଛି। ଏହି ଅଭିଯୋଗ ଆଧାରରେ ପୋଲିସ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଛି। ଏହି ପ୍ରଧାନ ଶିକ୍ଷକଙ୍କ ନାଁ କାଶୀନାଥ ବେହେରା।

ଏହି ଘଟଣା ସାମ୍ନାକୁ ଆସିବା ପରେ କନ୍ଧମାଳ ଜିଲ୍ଲାପାଳ ବ୍ରୁନ୍ଦା ଡି ଉକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଜ ପଦବୀରୁ ନିଲମ୍ବିତ କରିଛନ୍ତି। ଏହି ଘଟଣାରେ ସ୍କୁଲର ଜଣେ ମାଟ୍ରନ୍‌ଙ୍କୁ ନିଜ କାର୍ଯ୍ୟ ଠିକ୍‌ ରୂପେ ତୁଲାଇନଥିବାରୁ ପଦରୁ ବହିଷ୍କାର କରାଯାଇଛି।

ସୂଚନା ମୂତାବିକ, ମାର୍ଚ୍ଚ ୭ରେ ଦଶମ ଶ୍ରେଣୀର ଏହି ଛାତ୍ରୀ ନିଜ ପରିବାରଙ୍କ ସହ କଥା ହେବା ପାଇଁ ସ୍କୁଲ ମାଟ୍ରନ୍‌ଙ୍କୁ ନିଜ ମୋବାଇଲ ଫୋନ ମାଗିଥିଲା। କିନ୍ତୁ ମାଟ୍ରନ୍‌ ଜଣକ ଏହି କଥା ଶୁଣିନଥିଲେ। ତେବେ ଛାତ୍ରୀ ଏହି କଥା ପ୍ରଧାନ ଶିକ୍ଷକଙ୍କୁ ଜଣାଇବା ପାଇଁ ତାଙ୍କ କ୍ୱାର୍ଟର ଯାଇଥିଲେ। ଯେଉଁଠି ସେ ପ୍ରଧାନଶିକ୍ଷକଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥିଲେ।

ଏହା ପରେ ଛାତ୍ରୀ ଜଣକ ପ୍ରଧାନଶିକ୍ଷକ କାଶୀନାଥ ବେହେରାଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି।

Comment