ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ : କଟକରେ ବଢ଼ି ଚାଲିଛି ଚୋରା ବନ୍ଧୁକ କାରବାର। ପୋଲିସକୁ ଚକ୍‌ମା ଦେଇ ଏହି ବାରବାର କାୟା ବିସ୍ତାର କରି ଚାଲିଥିଲା। ହେଲେ ଆଜି କଟକ ସଦର ଥାନା ପୋଲିସ ଜଣେ ଚୋରା ବନ୍ଧୁକ ବେପାରୀକୁ ଗିରଫ କରିଛି।

୨ଟି ଦେଶୀ ବନ୍ଧୁକ ଓ ୩୭ଟି ଅଫୁଟା ଗୁଳି ଜବତ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ବାଦାମବାଡି ଥାନା ଅନ୍ତର୍ଗତ ନ୍ୟୁ ଏଲଆଇସି  କଲୋନିର ପୁପୁନ ସେଠୀ (୨୬)।

ଗତ ଫେବ୍ରୁଆରି ୧୯ରେ ୪୨ମୌଜା ଅଞ୍ଚଳରେ ପବିତ୍ର ବେହେରାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା। ଏହି ଘଟଣାରେ ଗିରଫ ହୋଇଥିବା ବାଦାମବାଡି ପାଲାମଣ୍ଡପ ଅଞ୍ଚଳର ଚନ୍ଦ୍ରସୂର୍ଯ୍ୟ ରାଉତ ଓରଫ ବବି ଓ ୪୨ ମୌଜା ଝିଙ୍କିରିଆର ହୃଷିକେଶ ସ୍ୱାଇଁଙ୍କ ସୂଚନା ଆଧାରରେ ଚୋରା ବନ୍ଧୁକ ବେପାରୀ ପୁପୁନକୁ ଗିରଫ କରାଯାଇଥିବା କଟକ ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି।

ଏ ସଂକ୍ରାନ୍ତରେ ୧୦୫/୧୯ରେ ଅସ୍ତ୍ରଶସ୍ତ୍ର ଆଇନ ଧାରା ୨୫ ଓ ୩୫ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

Comment