ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଏପ୍ରିଲ ୧୧ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଭୋଟ୍‌ ଗ୍ରହଣ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୧ରୁ ଆରମ୍ଭ ହେବ। ଜାଣନ୍ତୁ କେଉଁଠି କେଉଁ ଦିନ ଭୋଟ।

ଓଡ଼ିଶାରେ ଏପ୍ରିଲ ୧୧ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୪ଟି ଲୋକସଭା ଆସନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ସହିତ ଏହା ଅଧୀନରେ ଥିବା ୨୮ଟି ବିଧାନସଭା ଆସନ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

  • ପ୍ରାର୍ଥିପତ୍ର ଦାଖଲ – ମାର୍ଚ୍ଚ ୧୮ – ମାର୍ଚ୍ଚ ୨୫
  • ପ୍ରାର୍ଥିପତ୍ର ଯାଞ୍ଚ – ମାର୍ଚ୍ଚ ୨୬
  • ପ୍ରାର୍ଥୀପତ୍ର ପ୍ରତ୍ୟାହାର – ମାର୍ଚ୍ଚ ୨୮

ଏପ୍ରିଲ ୧୧

  • ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୧ରେ ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ସହିତ ଏହାର ଅନ୍ତର୍ଗତ ୨୮ଟି ବିଧାନସଭା ପାଇଁ ଭୋଟ ଗ୍ରହଣ କରାଯିବ।
  • କଳାହାଣ୍ଡି ଲୋକସଭା ଆସନର ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା।
  • ନବରଙ୍ଗପୁର ଲୋକସଭା ଆସନ ଅନ୍ତର୍ଗତ ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନାଗିରି, ଚିତ୍ରକୋଣ୍ଡା।
  • ବ୍ରହ୍ମପୁର ଲୋକସଭା ଆସନର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି।
  • କୋରାପୁଟ ଲୋକସଭା ଆସନରେ ଆସୁଥିବା ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟାଙ୍ଗୀ ବିଧାନସଭା ପାଇଁ ଏପ୍ରିଲ ୧୧ରେ ଭୋଟ ଗ୍ରହଣ କରାଯିବ।

Comment