ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଉରକେଲା ରେଳ ଷ୍ଟେସନ୍‌ରୁ ଶୁକ୍ରବାର ୨କୋଟି ୨୩ଲକ୍ଷ ଟଙ୍କା ଜବତ କରାଯାଇଛି। ଏହି ମାମଲାରେ ରେଳବାଇ ପୋଲିସ୍‌ ୩ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।

ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ସଞ୍ଜୟ ଗୁପ୍ତା, ସୁନୀଲ କୁମାର ଏବଂ ରାଜନ୍‌ ଶ୍ରୀବାସ୍ତବ। ତେବେ ଏମାନେ ଏତେ ଟଙ୍କା ଧରି ଟ୍ରେନ୍‌ରେ କାହିଁକି ଯାତ୍ରା କରୁଥିଲେ, ଏହା ପଛରେ ଅନ୍ୟ କୌଣସି କାରଣ ରହିଛି କି? ସେନେଇ ରେଳବାଇ ପୋଲିସ ତଦନ୍ତ କରୁଛି।

ଗତ କିଛି ଦିନ ତଳେ କୋଲକାତାର ଜଣେ ବ୍ୟବସାୟୀ ଗୌରବ କୁମାର ଟ୍ରେନ୍‌ରେ ୩ଲକ୍ଷ ୩୦ ଲକ୍ଷ ଟଙ୍କା ଧରି ଯାତ୍ରା କରୁଥିଲେ। ହେଲେ ଝାରସୁଗୁଡ଼ା-ରାଉରକେଲା ମଧ୍ୟରେ ବ୍ୟକ୍ତି ଜଣଙ୍କ ଟଙ୍କା ଚୋରି ହୋଇଯାଇଥିଲା। ଏହାକୁ ନେଇ ସେ ଥାନାରେ ରିପୋର୍ଟ ମଧ୍ୟ ଲେଖିଥିଲେ। ତେବେ ଏହି ଚୋରି ସହ ଆଜିର ଟଙ୍କା ମିଳିବା ଘଟଣାରେ କିଛି ସାମଞ୍ଜସ୍ୟ ଥିବା ନେଇ ପୋଲିସ୍‌ ସନ୍ଦେହ କରୁଛି।

ବର୍ତ୍ତମାନ ନିର୍ବାଚନ ସମୟ। ଅନେକ ସମୟରେ ନିର୍ବାଚନ ପ୍ରଚାରରେ ଟଙ୍କାର ବ୍ୟବହାର କରାଯାଇଥାଏ। ଏହି ସମୟରେ ଷ୍ଟେସନ୍‌ରୁ ଏତେ ପରିମାଣର ଟଙ୍କା ମିଳିବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପ୍ରଚାରରେ ଟଙ୍କା କରବାରକୁ ବନ୍ଦ କରିବା ନେଇ ପୋଲିସ୍‌ ପାଇଁ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Comment