ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଲୋକପ୍ରିୟ ନାୟିକା ମହାଶ୍ୱେତା ନାୟିକା ଭାବେ କ୍ୟାରିୟର୍ ଆରମ୍ଭ କରିଥିଲେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ୧୯୭୬ରେ ମୁକ୍ତି ଲାଭ କରିଥିବା ଫିଲ୍ମ ‘ଶେଷ ଶ୍ରାବଣ’ରୁ। ଏହି ଚଳଚ୍ଚିତ୍ରରେ ପ୍ରଶାନ୍ତ ନନ୍ଦଙ୍କ ବିପକ୍ଷରେ ନଜର ଆସିଥିଲେ ମହାଶ୍ୱେତା ରାୟ। ଓଡ଼ିଆ ଇଣ୍ଡଷ୍ଟ୍ରୀରେ ଲମ୍ବା ଇନିଂସ ଖେଳିଥିବା ନାୟିକାମାନଙ୍କ ମଧ୍ୟରେ ସେ ଆଗରେ।

୧୯୫୮ ଜୁଲାଇ ୨ରେ ମହାଶ୍ୱେତା ଜନ୍ମ ଗ୍ରହଣ କରିଥିଲେ। ସାହିତ୍ୟିକ ସ୍ୱର୍ଗତଃ ରାଜକିଶୋର ରାୟ ଓ ମନୋରମା ରାୟଙ୍କର ତୃତୀୟ କନ୍ୟା। ମହାଶ୍ୱେତା ଏକାଧାରରେ ଜଣେ ଅଭିନେତ୍ରୀ ଓ ନୃତ୍ୟଶିଳ୍ପୀ। ମାତ୍ର ୧୭ ବର୍ଷ ବୟସରେ ରୁପେଲି ପରଦାରେ ପାଦ ଥାପିଥିଲେ।

ଆଜିପର୍ଯ୍ୟନ୍ତ ନବେରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ମହାଶ୍ୱେତା। ଶେଷ ଶ୍ରାବଣ ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରୀରେ ମନ୍ତ୍ରମୁଗ୍ଧ କରିଥିଲେ। ଶେଷ ଶ୍ରାବଣ, ମାଆ ଓ ମମତା, ହିସାବ ନିକାଶ, ସ୍ୱପ୍ନ ସାଗର, ପୂଜା, ଡୋରା, ଗୌରୀ, କାବେରୀ, ବସ୍ତ୍ରହରଣ, କଣ୍ଢେଇ, ଲାଲ୍‌ପାନ ବିବି, ହୀରାନୀଳା, ବୋଉ, ସାବତା ମା’ ହେଉଛି ମହାଶ୍ୱେତାଙ୍କ ସଫଳ ଚଳଚ୍ଚିତ୍ର।

କେବଳ ଓଲିଉଡରେ ନୁହେଁ ବଙ୍ଗଳା ଓ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିବାରେ ପ୍ରଥମ ଓଡ଼ିଆ ଅଭିନେତ୍ରୀ ହେଲେ ମହାଶ୍ୱେତା ରାୟ। ୧୯୯୧ରେ ବଙ୍ଗଳା ଫିଲ୍ମରେ ଅଭିନୟ କରିଥିଲେ। ବଙ୍ଗଳା ଫିଲ୍ମ ନାବିକ୍‌, ରକ୍ତରାଗ, ସଜନୀ ଗୋ ସଜନୀ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତେଲେଗୁ ଫିଲ୍ମରେ ବି ମହାଶ୍ୱେତା ଚିରଞ୍ଜିବିଙ୍କ ସହ ଅଭିନୟ କରିଛନ୍ତି।

ପ୍ରଥମ ଓଡ଼ିଆ ଅଭିନେତ୍ରୀ ଭାବେ ହିନ୍ଦୀ ଧାରାବାହିକ ‘ଚମତ୍କାର’ରେ ଆକ୍ଟିଂ କରିଛନ୍ତି।

ଏହାଛଡ଼ା ରାଜନୀତି ରେସ୍‌ରେ ବି ତାଙ୍କ ନାମ ସାମିଲ ଅଛି। ବିଜେପିର ସଦସ୍ୟ ଅଛନ୍ତି ମହାଶ୍ୱେତା।

Comment