ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୨୭୮.୮୩ ଗ୍ରାମ୍‌ର ସୁନା ଜବତ ହୋଇଛି। ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍‌ ଓ ଅବକାରୀ ବିଭାଗ ଅଧିକାରୀ ମିଳିତ ଭାବେ ଦୁଇ ଜଣ ଯାତ୍ରୀଙ୍କ ପାଖର ଏହି ସୁନା ଜବତ କରିଛନ୍ତି। ଜବତ କରାଯାଇଥିବା ସୁନାର ଆକ୍ଷରିକ ମୁଲ୍ୟ ୯.୦୮ଲକ୍ଷ ଟଙ୍କା ବୋଲି ସୂଚନା ମିଳିଛି।

ବିଜୁ ପଟ୍ଟନାୟକ ବିମାନବନ୍ଦରର ସ୍ପଟ ଇଣ୍ଟେଲିଜେନ୍ସ ଅଧିକାରୀ ମଙ୍ଗଳବାର ଦୁଇ ଯୁବକଙ୍କୁ ସନ୍ଦେହ କରି ଅଟକ ରଖିଥିଲା। ଦୁଇଜଣ ବ୍ୟକ୍ତି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ବାସିନ୍ଦା ହୋଇଥିବା ବେଳେ ଦୁହେଁ ବ୍ୟାଙ୍କକକ୍‌ରୁ ଏୟାରଏସିଆ ଜରିଆରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ।

ସେମାନଙ୍କ ଲଗେଜ୍‌ ତଲାସି କରିବା ପରେ ବ୍ୟାଗ୍‌ରୁ ଧଳା ରଙ୍ଗର ସୁନା ମୁଦି ମିଳିଥିଲା। ଏହାକୁ ପରୀକ୍ଷା କରିବା ପରେ ଏଥିରେ ୯୯.୯୯ ପ୍ରତିଶତ ଶୁଦ୍ଧ ସୁନା ରହିଥିବା ଜଣାପଡ଼ିଛି। ଅବକାରୀ ବିଭାଗ ଏହି ସୁନାକୁ ଜବତ କରିବା ସହିତ ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରିବା ସହିତ ତଦନ୍ତ ଜାରି ରଖିଛି।

Comment