ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ବିଜୁ ଜନତା ଦଳ ଘୋଷଣା କରିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଧାନସଭା ଆସନ ଲାଗି ବିଧାୟକ ପ୍ରାର୍ଥୀ। ଦଳ ଏଠାରୁ ମୀନାକ୍ଷୀ ମହାନ୍ତଙ୍କୁ ପ୍ରାର୍ଥୀ କରିଛି।

ବିଜେଡି ପ୍ରାୟ ସମସ୍ତ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିସାରିଛି। ଏଯାବତ୍‌ ମୋଟ୍‌ ୧୪୫ଟି ଆସନ ପାଇଁ ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିଛି। କେବଳ ବାରିପଦା ଏବଂ କେନ୍ଦ୍ରାପଡ଼ା ଲାଗି ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିନାହିଁ।

ପୂର୍ବରୁ ଚମ୍ପୁଆ ଆସନ ପାଇଁ ସସପେନ୍ସ ଥିଲା। କାରଣ ଗତଥର ବିଜେଡି ଏଠାରୁ ପପୁ ପମ୍‌ପମ୍‌ଙ୍କୁ ପ୍ରାର୍ଥୀ କରିଥିଲା। ଏବଂ ସେ ପରାଜୟ ମଧ୍ୟ ହୋଇଥିଲେ। କିନ୍ତୁ ଏଥର ପପୁଙ୍କୁ ଟିକେଟ୍‌ ମିଳିଲା ନାହିଁ।

ମୀନାକ୍ଷୀ ପୂର୍ବରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ହୋଇଥିଲେ।

ଅନ୍ୟପଟେ ବିଜେପି ମୂରଲୀ ଶର୍ମାଙ୍କୁ ଏଠାରୁ ପ୍ରାର୍ଥୀ କରିଛି।

Comment