ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ କିଛି ହେବ ସାରା ରାଜ୍ୟରେ ଗ୍ରୀଷ୍ଣପ୍ରବାହ ଜାରି ରହିଛି। ଦିନ ୧୦ଟା ପରେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଏହା ସହ ସବୁଠୁ ଝାଞ୍ଜି ପବନ ବହୁଛି ଯେଉଁଥିପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି।

ବୁଧବାର ଅନେକ ସହରର ତାମପାତ୍ରା ୩୯ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ମାଲକାନଗିରି ବୁଧବାର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା। ସେଠାରେ ତାପମାତ୍ରା ଗତ କିଛିଦିନ ହେବ ୪୦ଡିଗ୍ରୀ ଉପରେ ରହୁଥିବା ବେଳେ ବୁଧବାର ୪୧ ଡିଗ୍ରୀ ରହିଥିଲା।

ଏଭଳି ଖରାଗରମ ଆହୁରି ଦିନେ ଦୁଇଦିନ ପର୍ଯ୍ୟନ୍ତ ଲାଗି ରହିବ। ଏହା ସହିତ ଟ୍ରପଲାଇନ ପ୍ରଭାବରେ ରାଜ୍ୟ ଉତ୍ତର ଓ ଦକ୍ଷିଣର କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ଆଶଙ୍କା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Comment