ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନୀ ଋତୁରେ ଜନତାଙ୍କ ଭିତରେ ବହୁ ପ୍ରକାର ରଙ୍ଗ ଦେଖିବାକୁ ମିଳିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତମାନେ ଏହି କ୍ଷେତ୍ରରେ ଆଉ ପାଦେ ଆଗକୁ ବଢ଼ିଯାଇଛନ୍ତି। ଯେତେବେଳେ ସାରା ଦେଶରେ ନିର୍ବାଚନର ମାହୋଲ ରହିଛି ସେ ସମୟରେ ଏପରି ଏକ ଗାଁ ରହିଛି ଯେଉଁଠି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଗାଁରେ ମୋଦିଙ୍କୁ ଭଗବାନ ମାନି ଲୋକେ ନଅ ଦିନ ପାଇଁ ବ୍ରତ ରଖିଛନ୍ତି। ଏହି ଦୃଶ୍ୟ ଉତ୍ତରପ୍ରଦେଶର ବାଲିଆ ଜିଲ୍ଲାରେ ଦେଖିବାକୁ ମିଳିଛି।

ଉତ୍ତରପ୍ରଦେଶ ବାଲିଆ ଜିଲ୍ଲାର ବାଂଶଡିହ ପଞ୍ଚାୟତରେ ଏକ ଦୁର୍ଗା ମନ୍ଦିର ରହିଛି। ଯେଉଁଠି ମୋଦିଙ୍କ ଭକ୍ତମାନେ ମୋଦିଙ୍କ ଫଟୋକୁ ମନ୍ଦରରେ ସ୍ଥାପନ କରି ପୂଜାର୍ଚ୍ଚନା କରୁଛନ୍ତି। କେବଳ ସେତିକି ନୁହେଁ ମୋଦି ପୁଣି ଥରେ ଶାସନକୁ ଫେରିବା ପାଇଁ ଫଟୋକୁ ପୂଜା କରିବା ସହିତ ୯ ଦିନ ଧରି ବ୍ରତ ମଧ୍ୟ ରଖିଛନ୍ତି।

ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷ, ଶିଶୁ, ଯୁବକ ଫଟୋ ଆଗରେ ଧୂପକାଠି ଜଳାଇ ବିଜୟ ତିଳକ ଲଗାଇ ମୋଦିଙ୍କୁ ପୂଜା କରୁଛନ୍ତି। ଆଗାମୀ ନିର୍ବାଚନରେ ବିଜୟ କାମନା କରି ଲୋକମାନେ ବ୍ରତ ରଖିଛନ୍ତି। ଖାଲି ସେତିକି ନୁହେଁ ବାଂଶଡିହ ନଗର ପଞ୍ଚାୟତକୁ ମୋଦି ନଗର ପଞ୍ଚାୟତ ନାମରେ ରଖିବାକୁ ସ୍ଥାନୀୟଲୋକେ ପ୍ରୟାସ ଆରମ୍ଭ କରିଦେଇଛନ୍ତି।

Comment