ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ନୟାଗଡ଼ର ୮ଜଣ ପୋଲିଂ କର୍ମଚାରୀ ନଲମ୍ବିତ

ମତଦାନ ବିଭ୍ରାଟ ଏବଂ ଭୋଟିଂ ଦିନ ଅନୁପସ୍ଥିତ ଥିବା ନେଇ ନୟାଗଡ଼ ଜିଲ୍ଲାର ୮ ଜଣ ପୋଲିଂ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ନୟାଗଡ଼ ଜିଲ୍ଲାପାଳ ଏସ୍‌. ଥିରୁମାଲା ନାୟକ ଏହି ୮ ଜଣ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରିଥିବା ସୂଚନା ମିଳିଛି।

ଚିଲିକାକୁ ବିକ୍ରି କରିବା ପାଇଁ ବିଜେପି କରିଥିଲା ଷଡ଼ଯନ୍ତ୍ର – ନବୀନ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନୂଆ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି। ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ନବୀନ ବିଜେପି ବିରୋଧରେ ସାଙ୍ଘାତିକ ଅଭିଯୋଗ କରିଛନ୍ତି। ‘ଚିଲିକା’ ହ୍ରଦକୁ ବିକ୍ରି କରିଦେବା ପାଇଁ କେନ୍ଦ୍ରର ବିଜେପି ସରକାର ଷଡ଼ଯନ୍ତ୍ର କରିଥିବା କହି ନବୀନ ରାଜନୀତି ପାଣିପାଗକୁ ସରଗରମ କରିଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟରେ ୭୨ ପ୍ରତିଶତ ମତଦାନ

ରାଜ୍ୟରେ ଶୁକ୍ରବାର ସରିଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ମତଦାନ ଚାଲିଥିଲା। ତେବେ ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟରେ ମୋଟ ୭୨ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପରମାଣିକ ସୂଚନା ଦେଇଛନ୍ତି।

ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତଙ୍କ ନୂଆ ଅବତାର – ସଭାରେ ଗାଇଲେ ତେଲୁଗୁ ଗୀତ

ନିର୍ବାଚନ ପ୍ରଚାର ପାଇଁ ନେତା ନୂଆ ଉପାୟ ଆପଣାଉଥିବା ଦେଖିବାକୁ ମିଳୁଛି। ନିର୍ବାଚନରେ ନିଜ ଆସନକୁ ସୁନିଶ୍ଚିତ କରିବା ପାଇଁ ପ୍ରାର୍ଥୀ ନିଜ ନିଜ ସଂସଦୀୟ କ୍ଷେତ୍ରରେ ପ୍ରଚାର ଜୋର କରୁଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର।

ହାତ ଛାଡ଼ିଲେ ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ

ଦେଶରେ ନିର୍ବାଚନ ଜାରି ରହିଥିଲାବେଳେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛିା କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତିା ଗୁରୁବାର ରାତିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିକୁ ନିଜ ଇସ୍ତଫା ପତ୍ର ପଠାଇଥିଲୋ ଦଳରୁ ଇସ୍ତଫା ଦେବାପରେ ଶୁକ୍ରବାର ସକାଳେ ପ୍ରିୟଙ୍କା ଟୁଇଟର ପ୍ରୋଫାଇଲରୁ କଂଗ୍ରେସ ମୁଖପାତ୍ର ହଟାଇ ଦେଇଛନ୍ତିା

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ନବୀନ ଡିଜିଟାଲ ମିଡିଆର ସବୁଠୁ ଅଧିକ ଚର୍ଚ୍ଚିତ ଚେହେରା

ରୋଚକ ସ୍ଥିତିରେ ବାସୁଦେବପୁର ବିଧାନସଭା ଆସନ – କାହାକୁ ବାଛିବେ ଭୋଟର?

କଟକ ଲୋକସଭା ଆସନ – ମୋଦି ହାୱା ଜୋର!

ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ : ଜମୁଛି ପ୍ରାର୍ଥୀଙ୍କ ପ୍ରଚାର

ଭଦ୍ରକ ଲୋକସଭା – ପରିବାର ରାଜନୀତି ପାଇଁ ନୂଆ ପରୀକ୍ଷା

Comment