ଓଡ଼ିଶାଲାଇଭ୍‌ ବ୍ୟୁରୋ

ରବିବାର ଶ୍ରୀଲଙ୍କା ରାଜଧାନୀ କୋଲମ୍ବୋରେ ସିରିୟଲ୍‌ ବିସ୍ପୋରଣ ହୋଇଥିଲା। ଏହି ଆତଙ୍କବାଦୀ ଆକମଣରେ ବର୍ତ୍ତମାନ ସୁଦ୍ଧା ୨୯୦ ଜଣ ପ୍ରାଣ ହରାଇଛନ୍ତି। ପାଖାପାଖି ୫୦୦ ଲୋକ ଏହି ବିସ୍ପୋରଣରେ ଆହତ ହୋଇଛନ୍ତି।

ଶ୍ରୀଲଙ୍କା ଆତ୍ମଘାତୀ ବିସ୍ପୋରଣକୁ କଡ଼ା ନିନ୍ଦା କରିଛନ୍ତି ଓଡ଼ିଆ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ସୁଦର୍ଶନ ବାଲୁକା କଳା ନିର୍ମାଣ କରି ବିସ୍ପୋରଣକୁ ନିନ୍ଦା କରିବା ସହିତ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Comment