ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଆସନ୍ତା ୨୯ତାରିଖରେ ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ହେବ। ୬ ଲୋକସଭା ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ,ଜଗତସିଂହପୁର,ଯାଜପୁର ଓ କେନ୍ଦ୍ରପଡ଼ା ଲୋକସଭା କ୍ଷେତ୍ର ଏହା ଅଧିନରେ ଆସୁଥିବା ବିଧାନସଭା କ୍ଷେତତ୍ର ମଧ୍ୟରୁ ପାଟକୁରାକୁ ଛାଡ଼ିଲେ ୪୧ଟି ବିଧାନସଭା ଆସନ ଲାଗି ମତଦାନ ହେବ।

ଚତୁର୍ଥ  ପର୍ଯ୍ୟାୟ ମତଦାନରେ ୬ଲୋକସଭା ଲାଗି ମଇଦାନରେ ୫୨ ଓ ୪୧ ବିଧାନସଭା ଆସନ ଲାଗି ୩୩୬ଜଣ ପ୍ରାର୍ଥୀ ଅଛନ୍ତି। ଅର୍ଥାତ ଲୋକସଭା ଓ ବିଧାନସଭା ଲାଗି ମୋଟ ୩୮୮ଜଣ ପ୍ରାର୍ଥୀ ଅଛନ୍ତି।

୩୩୬ ପ୍ରାର୍ଥୀଙ୍କ ମଧ୍ୟରୁ ୩୦୧ ଜଣ ପୁରୁଷ ଓ ୩୪ଜଣ ପୁରୁଷ ଓ ଜଣେ ତୃତୀୟ ଲିଙ୍ଗ ପ୍ରାର୍ଥୀ ଅଛନ୍ତି।

୩୮୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୯୫ଲକ୍ଷ ୧୪ହଜାର ୮୮୩ଜଣ ଭୋଟର। ରାଜ୍ୟ ରାଜନୀତିରେ ଏକ ବଡ ଭୂମିକା ନିଭାଉଥିବା ଉତ୍ତର ଓଡ଼ିଶା ରାଜନୀତି ଏଥର କାହା ସପକ୍ଷରେ ଜିବ। ଜନତା ଜନାର୍ଦ୍ଦନ କାହାକୁ ଆଗାନୀ ୫ବର୍ଷ ଲାଗି ଶାସନର ଭାର ଦେବେ ତାହ ସ୍ପଷ୍ଟ ହେବ ମେ ୨୩ରେ।

Comment