ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଏମ୍ପ୍ଲଇଜ୍‌ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ୍)ରେ ୮.୬୫ ପ୍ରତିଶତ ସୁଧ ଦେବାକୁ ଅର୍ଥ ମନ୍ତ୍ରାଳୟ ମଞ୍ଜୁରି ଦେଇଛି। ଯାହାଦ୍ୱାରା ପାଖାପାଖି ୬ କୋଟି ଇପିଏଫ୍ ଖାତାଧାରୀ ଏହାର ଲାଭ ପାଇବେ। ଅର୍ଥମନ୍ତ୍ରାଳୟର ସହମତି ପରେ ଆୟକର ବିଭାଗ ଏବଂ ଶ୍ରମ ମନ୍ତ୍ରାଳୟ ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରିବ। ଏହାପୂର୍ବରୁ ଖାତାଧାରୀଙ୍କୁ ୮.୫୫ ପ୍ରତିଶତ ହାରରେ ସୁଧ ଦିଆଯାଉଥଲା।

ଗତ ଫେବୃଆରୀ ମାସରେ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା ଯେଉଁଥିରେ ୨୦୧୮-୧୯ ବର୍ଷ ପାଇଁ ସୁଧ ହାର ୮.୬୫ ପ୍ରତିଶତ କରିବାକୁ ସ୍ଥିର ହୋଇଥିଲା।

ଇପିଏଫ୍ ସୁଧ  ହାର ତିନି ବର୍ଷ ପରେ ବୃଦ୍ଧି ପାଇଥିବା କୁହାଯାଉଛି। ୨୦୧୭-୧୮ରେ ଇପିଏଫ୍ ସୁଧ ହାର ୮.୫୫ ପ୍ରତିଶତ ଥିଲା। ୨୦୧୬-୧୭ ବର୍ଷରେ ଏହା  ୮.୬୫ ପ୍ରତିଶତ ଥିଲାବେଳେ ୨୦୧୫-୧୬ ବର୍ଷରେ ୮.୮ ପ୍ରତିଶତ ଥିଲା। ସୁଧ ହାର ବୃଦ୍ଧି ନିଷ୍ପତ୍ତି ଫଳରେ ସରକାରଙ୍କ ଉପରେ ଅତିରିକ୍ତ ୧୫୧ କୋଟି ୬୭ ଲକ୍ଷ  ଟଙ୍କାର ବୋଝ ପଡ଼ିବ। ଯଦି ୮.୭ ପ୍ରତିଶତ କରାଯାଏ ତାହାଲେ ସରକାରଙ୍କୁ ୧୫୮ କୋଟି ଟଙ୍କାର କ୍ଷତି ହେବ। ଏହାକୁ ନଜରରେ ରଖି ସରକାର ୮.୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ନିର୍ଦ୍ଧାରିତ କରିଛନ୍ତି।

Comment