ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକପ୍ରିୟ ଡିଜିଟାଲ ମିଡିଆ ପ୍ଲାଟଫର୍ମ ଓଡ଼ିଶାଲାଇଭ୍‍ ପକ୍ଷରୁ ଉତ୍କଳଗୌରବଙ୍କ ଜୟନ୍ତୀ ଅବସରରେ ବିଶେଷ ଶ୍ରଦ୍ଧାଞ୍ଜଳି

MADHU BABU

ଚଳିତ ବର୍ଷ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମଦିନ ଅବସରରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଏକ ଡିଜିଟାଲ କ୍ୟାମ୍ପେନ କରାଯାଉଛି। ଏପ୍ରିଲ ୨୮ ତାରିଖ ମଧୁ ଜୟନ୍ତୀ ଅବସରରେ ଏହି ମହାପୁରୁଷଙ୍କ କର୍ମମୟ ଜୀବନ ସମ୍ପର୍କରେ ବିଭିନ୍ନ ଲେଖା ପ୍ରସ୍ତୁତ କରି ତଥା ବିଭିନ୍ନ ସୂତ୍ରରୁ ସଂଗ୍ରହକରି ଓଡ଼ିଶାଲାଇଭ୍‌ ନ୍ୟୁଜ୍‌ ପୋର୍ଟାଲ www.odisha.live ମାଧ୍ୟମରେ ଦେଶବିଦେଶର ପାଠକମାନଙ୍କ ପାଇଁ ପୋଷ୍ଟ କରାଯାଉଛି।

ଓଡ଼ିଆ ଏବଂ ଇଂଲିସ୍ ଭାଷାରେ ପ୍ରସ୍ତୁତ ଏହି ଲେଖାଗୁଡ଼ିକରୁ ମଧୁବାବୁଙ୍କ ଜୀବନ, ଓଡ଼ିଆ ଭାଷା ଆନ୍ଦୋଳନ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଏବଂ ଓଡ଼ିଆ ଜାତିପ୍ରାଣ ସମ୍ପର୍କରେ ସୂଚନା ମିଳି ପାରିବ। ଏହି ଡିଜିଟାଲ ଅଭିଯାନ ମାଧ୍ୟମରେ ଓଡ଼ିଶାଲାଇଭରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରତି ଘଣ୍ଟାରେ ଗୋଟିଏ କରି ଲେଖା ପ୍ରକାଶିତ ହେବ।

madhubabu

ମଧୁବାବୁ ଥିଲେ ଓଡ଼ିଆ ଜାତିପ୍ରାଣର ନାୟକ। ତାଙ୍କର ଜୀବନୀ ଆଜି ବି ସମସ୍ତଙ୍କ ପାଇଁ ବେଶ୍ ପ୍ରେରଣାପଦ। ତେଣୁ ମଧୁବାବୁଙ୍କ କର୍ମମୟ ଜୀବନ ଏବଂ ଆଦର୍ଶକୁ ନୂଆ ପିଢ଼ି ସହ ଯୋଡ଼ିବା ପାଇଁ ଓଡ଼ିଶାଲାଇଭ୍ ପକ୍ଷରୁ ଏହି ଡିଜିଟାଲ ଅଭିଯାନ କରାଯାଉଛି ବୋଲି ଏହାର ପ୍ରତିଷ୍ଠାତା ଓ ସମ୍ପାଦକ ନୀଳାମ୍ବର ରଥ କହିଛନ୍ତି।

ମଧୁବାବୁଙ୍କ ଉପରେ ୱେବସାଇଟ୍‍

‘ଓଡ଼ିଶାଲାଇଭ୍‍’ ପକ୍ଷରୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଉପରେ ପ୍ରସ୍ତୁତ ହୋ‍ଇଛି ଏକ ସ୍ୱତନ୍ତ୍ର ୱେବସାଇଟ୍‍। www.madhusudandas.org ନାମକ ଏହି ଡିଜିଟାଲ ପ୍ଲାଟଫର୍ମରେ ମଧୁବାବୁଙ୍କ ଜୀବନୀ, ବିରଳ ଫଟୋଚିତ୍ର ଏବଂ ତାଙ୍କ ରଚିତ ୮ଟି କବିତା ଉପରେ ଆଧାରିତ ଗୀତ ସ୍ଥାନ ପାଇଛି।

madhu babu

ଓଡ଼ିଶାଲାଇଭ୍‍ ପକ୍ଷରୁ ମଧୁବାବୁଙ୍କ ଜୀବନ ଓ ଆଦର୍ଶକୁ ନୂଆପିଢ଼ି ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ୨୦୧୬ ମସିହାରେ ଏହି ଡିଜିଟାଲ ପ୍ଲାଟଫର୍ମ ଆରମ୍ଭ କରାଯାଇଥିଲା। ସେତେବେଳେ ଓଡ଼ିଶାଲାଇଭ୍‍ ମିଡିଆ ପକ୍ଷରୁ ‘ମଧୁବାବୁ ଓ ମେକ୍‌ ଇନ୍‌ ଓଡ଼ିଶା’ ନାଁରେ ହୋ‍ଇଥିବା ଏକ ବିଶେଷ କାର୍ଯ୍ୟକ୍ରମ ଅବସରରେ ଏହାର ଉନ୍ମୋଚନ କରାଯାଇଥିଲା।

www.madhusudandas.org ସାଇଟ୍‌ରେ ମୁଖ୍ୟତଃ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସମ୍ପର୍କରେ ବିଭିନ୍ନ ତଥ୍ୟ, ଲେଖା ଏବଂ ଭିଡିଓର ଏକ ଡିଜିଟାଲ୍‌ ସଂକଳନ ବୋଲି କୁହାଯାଇପାରେ।

Madhu Babu

ମଧୁବାବୁଙ୍କ ଜୀବନୀ ଉପରେ ପ୍ରସ୍ତୁତ ଇଂରାଜୀ ପୁସ୍ତକ ‘Madhubabu – The Global Icon’ ଏବେ ଅନଲାଇନ୍‌ରେ ଉପଲବ୍ଧ ରହିଛି। ଆଗ୍ରହୀ ବ୍ୟକ୍ତିମାନେ ଆମାଜନ୍‌ ସାଇଟ୍‌ ମାଧ୍ୟମରେ ଏହାକୁ ଡାଉନଲୋଡ୍‌ କରିପାରିବେ। ଓଡ଼ିଶାଲାଇଭ୍‌ ପକ୍ଷରୁ ଏହି ପୁସ୍ତକ ୨୦୧୬ ମସିହାରେ ପ୍ରକାଶ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ଭାସ୍କର ପରିଚ୍ଛା ଏହାକୁ ପ୍ରସ୍ତୁତ କରିଥିଲେ।

Comment