ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୯ ଅର୍ଥାତ ଆସନ୍ତାକାଲି ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୯ଟି ରାଜ୍ୟର ୭୧ଟି ଆସନରେ ଭୋଟଗ୍ରହଣ ହେବ। ଏଥିପାଇଁ ଶନିବାର ହିଁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ବହୁ ଚର୍ଚ୍ଚିତ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ।

ଏହି ଚର୍ଚ୍ଚିତ ନେତାଙ୍କ ଭିତରେ ରହିଛନ୍ତି ଉର୍ମିଳା ମାତୋଣ୍ଡକର, କହ୍ନେୟା କୁମାର, କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ।

ବଲିଉଡ ଅଭିନେତ୍ରୀରୁ ନେତ୍ରୀ ହୋଇଥିବା ଉର୍ମିଳା ମାତୋଣ୍ଡକରଙ୍କ ରାଜନୈତିକ ଭାଗ୍ୟ ଆସନ୍ତାକାଲି ପରୀକ୍ଷା ହେବ। ଉର୍ମିଳା ମୁମ୍ବାଇ ଉତ୍ତର ଆସନ ଲାଗି କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ସେ ବିଜେପି ନେତା ଗୋପାଳ ଚିନାୟ ସେଠୀଙ୍କୁ ଟକ୍କର ଦେବେ।

ସେହିପରି ବିହାରରେ କହ୍ନେୟା କୁମାରଙ୍କ ଉପରେ ସମସ୍ତଙ୍କ ନଜର ରହିଛି। କହ୍ନେୟା କୁମାର ସିପଆଇ ପକ୍ଷରୁ ବେଗୁସରାଇ ପାଇଁ ପ୍ରାର୍ଥୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ଗିରିରାଜ ସିଂହ, ଆରଜେଡି ନେତା ତନଭୀର ହାସନଙ୍କୁ ଟକ୍କର ଦେବେ।

ମହାରାଷ୍ଟ୍ରର ୧୭ଟି ଆସନ, ଓଡ଼ିଶାର ୬, ଝାଡ଼ଖଣ୍ଡ ୩, ମଧ୍ୟପ୍ରଦେଶର ୬, ପଶ୍ଚିମବଙ୍ଗର ୮, ଉତ୍ତରପ୍ରଦେଶ ୧୩, ବିହାରର ୫, ରାଜସ୍ଥାନର ୧୩, ଅନନ୍ତନାଗର ଏକ ଆସନରେ ଭୋଟଗ୍ରହଣ ହେବ।

Comment