ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋElection Update 7PM

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ନବୀନ କହିଥିଲେ ‘ବିଶ୍ୱାସଘାତକ’, ବୈଜୟନ୍ତ କହିଲେ ‘ବେଇମାନ’

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ‘ବିଶ୍ୱାସଘାତକ’ର ଜବାବ ଦେଇଛନ୍ତି କେନ୍ଦ୍ରାପଡ଼ା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ନବୀନଙ୍କୁ ‘ବେଇମାନ’ କହି ବୈଜୟନ୍ତ ସିଧାସଳଖ ଟାର୍ଗେଟ କରିଛନ୍ତି। ନବୀନଙ୍କ ‘ବିଶ୍ୱାସଘାତକ’ ଏବଂ ବୈଜୟନ୍ତଙ୍କ ‘ବେଇମାନ’ ଆକ୍ଷେପକୁ ନେଇ କେନ୍ଦ୍ରାପଡ଼ାର ନିର୍ବାଚନ ଯୁଦ୍ଧ ସରଗରମ ହୋଇଯାଇଛି।

୫ଟା ୩୦ ସୁଦ୍ଧା ରାଜ୍ୟରେ ୬୬ ପ୍ରତିଶତ ମତଦାନ

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି। ୬ଟି ଲୋକସଭା ଓ ୪୧ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେଉଛି।  ସନ୍ଧ୍ୟା ୫ଟା ୩୦ ସୁଦ୍ଧା ରାଜ୍ୟରେ ୬୬ ପ୍ରତିଶତ ମତଦାନ ହୋଇଛି। କେନ୍ଦ୍ରାପଡ଼ାରେ ୬୫, ଜଗତସିଂହପୁରରେ ୬୪, ମୟୂରଭଞ୍ଜରେ ୬୬, ଯାଜପୁରରେ ୬୫, ଭଦ୍ରକରେ ୬୮, ବାଲେଶ୍ୱରରେ ୬୪ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

ଏଥର ପ୍ରଧାନମନ୍ତ୍ରୀ ବାଛିବାରେ ରହିବ କି ନବୀନଙ୍କ ପ୍ରମୁଖ ଭୂମିକା?

ଏଥର ଭାରତର ପ୍ରଧାନମନ୍ତ୍ରୀ କିଏ ହେବ? ନରେନ୍ଦ୍ର ମୋଦି, ରାହୁଲ ଗାନ୍ଧି ନା ଆଉ କିଏ? ଏହି ପ୍ରଶ୍ନ ଏବେ ବିଭିନ୍ନ ମହଲରେ ଉଙ୍କି ମାରୁଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳର ଏକ ବିଜ୍ଞାପନ ରାଜ୍ୟ ରାଜନୀତିକୁ ହଲଚଲ କରିଦେଇଛି।

ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ବହିଷ୍କୃତ ଯବାନ ତେଜ ବାହାଦୂର ଯାଦବ

ଉତ୍ତରପ୍ରଦେଶର ଚର୍ଚ୍ଚିତ ସଂସଦୀୟ ଆସନ ବାରଣାସୀ ଲାଗି ଏସପି ଓ ବିଏସପି ମେଣ୍ଟ ପ୍ରାର୍ଥୀ ବଦଳାଇଛନ୍ତି। ସୋମବାର ଏହି ଆସନ ଲାଗି ଏସପି- ବିଏସପି ମେଣ୍ଟ ବିଏସଏଫର ପୂର୍ବତନ ଯବାନ ତେଜ ବାହାଦୂର ଯାଦବଙ୍କୁ ପ୍ରାର୍ଥୀ କରିଛି।

ନିର୍ବାଚନ ସମ୍ପର୍କିତ ଅଧିକ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ

ଭଦ୍ରକ ଲୋକସଭା ଆସନ – ମଇଦାନରେ ୮ପ୍ରାର୍ଥୀ, କାହାକୁ ବାଛିବେ ଭୋଟର?

କାହିଁକି ଗୁରୁତ୍ୱପୂର୍ଣ୍ଣ ଶେଷ ପର୍ଯ୍ୟାୟ ନିର୍ବାଚନ?

କାହାର ହେବ ବାଲେଶ୍ୱର ଲୋକସଭା ଆସନ?

ଫୋକସରେ କେନ୍ଦ୍ରାପଡ଼ା – ବାଜି ଲାଗିଛି ସମ୍ମାନ!

କେନ୍ଦ୍ରାପଡ଼ା କାହାର ହେବ? ଶଶି ନା ଗଣେଶ୍ୱର?

LEAVE A REPLY

Please enter your comment!
Please enter your name here