ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋcourtesy - zee news

୭୧ ଲୋକସଭା ଆସନଲାଗି ଆଜି ଚତୁର୍ଥ ପର୍ଯ୍ୟାୟରେ ମତଦାନ ହେଉଛି। ହିଂସା ସତ୍ତ୍ୱେ ପଶ୍ଚିମବଙ୍ଗରେ ସକାଳ ୧୦ଟା ସୁଦ୍ଧା ସବୁଠୁ ଅଧିକ ମତଦାନ ହୋଇଛି। ସକାଳ ୧୦ଟା ସୁଦ୍ଧା ବିହାରରେ ୧୦.୭୬ ପ୍ରତିଶତ, ଜମ୍ମୁ-କଶ୍ମୀରରେ ୧.୩୦ପ୍ରତିଶତ,ମଧ୍ୟ ପ୍ରଦେଶରେ ୧୧.୩୯ପ୍ରତିଶତ, ମହାରାଷ୍ଟ୍ରରେ ୬.୩୯ପ୍ରତିଶତ, ଓଡ଼ିଶାରେ ୯ପ୍ରତିଶତ, ରାଜସ୍ଥାନରେ ୧୨.୨୭ପ୍ରତିଶତ,ଉତ୍ତରପ୍ରଦେଶରେ ୯.୮୭ପ୍ରତିଶତ, ପଶ୍ଚିମବଙ୍ଗରେ ସବୁଠୁ ଅଧିକ ୧୬.୮୯ପ୍ରତିଶତ ଓ ଝାରଖଣ୍ଡରେ ୧୨ ପ୍ରତିଶତ ମତଦାନ ହୋଇଛି।

ଭୋଟିଂ ସମୟରେ ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ଅନ୍ତଗର୍ତ ଜେମୁଆ ପୋଲିଂ ବୁଥରେ ହିଂସା ଦେଖିବାକୁ ମିଳିଛି। ବୀରଭୂମିର ଅଞ୍ଚଳରେ ମାରପିଟି ଦେଖିବାକୁ ମିଳିଛି।

କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଗାଡ଼ି ଉପରେ ଆକ୍ରମଣ ସହ ଭଙ୍ଗାରୁଜା ହୋଇଛି। ଅନ୍ୟପଟେ ବିଜେପି ଅଭିଯୋଗ କରିଛି ଏଭଳି କାମ ଟିଏମସି କର୍ମକର୍ତ୍ତା କରିଛନ୍ତି। ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ମାରପିଟ ହୋଇଛି। ପରିସ୍ଥିତି ନିୟତନ୍ତ୍ରକୁ ଆଣିବା ଲାଗି ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି।

Comment