ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରିରେ ମାଓବାଦୀ ଲ୍ୟାଣ୍ଡମାଇନ୍ସ ବିସ୍ଫୋରଣ କରିଛନ୍ତି। ଏହି ବିସ୍ଫୋରଣରେ ଦୁଇ ଏସଓଜି ଯବାନ ଗୁରୁତର ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ହେଲକଫ୍ଟର ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି। ଯବାନମାନେ କମ୍ବିଂ ଅପରେସନରୁ ଫେରୁଥିଲାବେଳେ ମାଓବାଦୀମାନେ ଏହି ବର୍ବରକାଣ୍ଡ ଘଟାଇଛନ୍ତି।

ଖବର ମୁତାବକ, ଏସଓଜି ଯବାନ ମାଲକାନଗିରି ମାଥିଲିର ଗୁଗାପଦର ଅଞ୍ଚଳରେ କମ୍ବିଂ ଅପରେସନରେ ଯାଇଥିଲ। କମ୍ବଂ ଅପରେସନରୁ ଫେରିବା ବେଳେ ମାଓବାଦୀ ଲ୍ୟାଣ୍ଡମାଇନ୍ସ ବିସ୍ଫୋରଣ କରିଥିଲୋ ଫଳରେ ଦୁଇ ଯବାନ ଗୁରୁତର ଆହତ ହୋଇଥିଲ।

ଅପରେସନରେ କେତେ ଜଣ ଯବାନ ଥିଲେ ସେନେଇ ସ୍ପଷ୍ଟ ସୂଚନା ମିଳିନି। ତଥାପି ୨୦ରୁ ୩୦ ଯବାନ ଥିବା ଅନୁମାନ କରାଯାଉଛିା ସେମାନଙ୍କ ମଧ୍ୟରୁ ଅନ୍ୟ କେତେ ଜଣ ଯବାନ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛିା

Comment